ଢେଙ୍କାନାଳ ଗସ୍ତରେ 5T ସଚିବ, ‘ମହିମା ସେତୁ’ ନାଁରେ ନାମିତ ହେଲା ନୂତନ ବ୍ରାହ୍ମଣୀ ସେତୁ

Published By : Prameya-News7 Bureau | May 29, 2023 IST

ଢେଙ୍କାନାଳ ୨୯।୫: ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମା ଗାଦିର ଉନ୍ନୟନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପ୍ୟାକେଜ ଘୋଷଣା ପରେ ଚଳଚଞ୍ଚଳ ହୋଇଉଠିଛି ମହିମା ଗାଦି ।

{"id":794382,"width":739,"height":406,"sizeSlug":"full","linkDestination":"none"}

ତେବେ ଏହି ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 5T ସଚିବ ଭି.କେ. ପାଣ୍ଡିଆନ ଓ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳର ଯୋରନ୍ଦା ଗସ୍ତ କରିଛନ୍ତି । 5T ସଚିବଙ୍କ ଢେଙ୍କାନାଳ ଗସ୍ତ ସମୟରେ ବଡ ଘୋଷଣା କରାଯାଇଛି । ନୂତନ ବ୍ରାହ୍ମଣୀ ସେତୁକୁ ମହିମା ସେତୁ ଭାବେ ଘୋଷଣା କରାଯାଇଛି । ଭୁବନ ବ୍ଲକର ଦିଘି ଓ ଯୋରନ୍ଦା କାଲୁରିଆକୁ ଯୋଗାଯୋଗ କରୁଛି ଏହି ସେତୁ । ୨୫୯ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମିତ ହେବ ।

{"id":794383,"width":738,"height":332,"sizeSlug":"full","linkDestination":"none"}

ଏଥିପାଇଁ ମହିମା ଗାଦିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/5t-secretary-vk-pandian-visits-jagannath-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-secretary-vk-pandian-visits-jagannath-temple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.