scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ଦର୍ଶନ କଲେ 5-T ସଚିବ

5/07/2023 at 11:33 AM

ସୋନପୁର ୫।୭: ବୌଦ୍ଧ ଜିଲ୍ଲା ଗସ୍ତ ପୂର୍ବରୁ ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମାଁ ସୁରେଶ୍ବରୀଙ୍କ ଦର୍ଶନ କରିଛନ୍ତି 5-T ସଚିବ ଭି.କେ. ପଣ୍ଡିଆନ । ବୁଧବାର ସକାଳୁ ସକାଳୁ ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମାଁ ସୁରେଶ୍ବରୀଙ୍କ ଦର୍ଶନ କରିଛନ୍ତି । ମାଁଙ୍କ ନିକଟରେ ପୂଜାର୍ଚ୍ଚନା କରି ମାଁଙ୍କ ଆଶୀର୍ବାଦ କାମନା କରିଛନ୍ତି  । ଏହାପରେ ମାଁଙ୍କ ପୂରା ପୀଠ ବୁଲି ଦେଖିଛନ୍ତି  । ମନ୍ଦିର ସେବାୟତ  ଓ ଦେବତ୍ତର ବିଭାଗ ସହିତ ଆଲୋଚନା କରିଛନ୍ତି । ମନ୍ଦିରର ସାମୂହିକ ଉନ୍ନତି ପାଇଁ ଖୁବ୍ ଶୀଘ୍ର ଅନୁଦାନ ଦିଆଯିବ ବୋଲି କହିଛନ୍ତି । 5-T ସଚିବ ସୁରେଶ୍ବରୀ ମନ୍ଦିର ପରିଦର୍ଶନ କରିଥିବାରୁ ସୁବର୍ଣ୍ଣପୁର ସହରବାସୀ ଓ ସେବାୟତମାନେ ମାଁଙ୍କ ନିକଟରେ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି  ।

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ. ପଣ୍ଡିଆନ । 5-T ସଚିବ ଭି.କେ. ପାଣ୍ଡିଆନ ବୁଧବାର ହେଲିକପ୍ଟରରେ ଯାଇ ଆମ୍ବଗାଁରେ ପହଞ୍ଚିଛନ୍ତି । କଣ୍ଟାମାଳ ଆମ୍ବଗାଁ ସ୍ଥିତ ଜନତା ହାଇସ୍କୁଲ ପଡିଆଠାରେ ଉଦବୋଧନ ଦେଇଛନ୍ତି 5-T ସଚିବ । ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ସହିତ ଅଭିଯୋଗ ଗ୍ରହଣ କରିଛନ୍ତି 5-T ସଚିବ । ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ 5-T ସଚିବ । ଜିଲ୍ଲାର ୩ଟି ଯାକ ବ୍ଲକ୍ କୁ ମାରାଥନ ଗସ୍ତ କରିବେ 5-T ସଚିବ ।

ବୌଦ୍ଧ ସହର ସ୍ଥିତ ଷ୍ଟାଡିୟମ୍ ପଡିଆରେ ମିଶନ ଶକ୍ତିର ମହିଳାମାନଙ୍କ ସହ ଆଲୋଚନା କରିବେ । ସେହିପରି କୃଷକ ବଜାର ପରିଦର୍ଶନ କରି ସେଠାରେ ଥିବା ମିଶନ ଶକ୍ତି କାଫେ ଏବଂ ବୁଣାକାର ବଜାର ପରିଦର୍ଶନ କରି ବୁଣାକାରମାନଙ୍କ ସହିତ ଆଲୋଚନା କରିବେ । ଏହାପରେ ମହାନଦୀ ଉପରେ ନୂତନ ଭାବେ ନିର୍ମାଣ ହୋଇଥିବା ମର୍ଯାକୁଦ ବ୍ରିଜ ପରିଦର୍ଶନରେ ଯିବେ 5-T ସଚିବ ।

ଜିଲ୍ଲା ମ୍ୟୁଜିୟମ ଠାରେ ଜିଲ୍ଲାର ବିଭିନ୍ନ ସଂଗଠନ ସହ 5-T ସଚିବ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ନୂତନ ଭାବେ ଉଦଘାଟନ ହୋଇଥିବା ସଞ୍ଜିବନୀ ମାଗଣା ଡାୟାଲିସିସ୍ ସେଣ୍ଟର ପରିଦର୍ଶନ କରିବେ । ୩୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାର୍ଯ୍ୟର ଅନୁଧ୍ୟାନ କରି ସେଠାରେ ଆଲୋଚନା କରିବେ । ଶେଷରେ ମହାନଦୀ କୂଳରେ ଚନ୍ଦ୍ରଚୁଡ଼ ଘାଟରେ ନିର୍ମିତ ହେଉଥିବା ଆଳତୀ ଘାଟର ପରିଦର୍ଶନ କରି ସେଠାରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ବୌଦ୍ଧ ବ୍ଲକ୍‌ର କାର୍ଯ୍ୟକ୍ରମ ସାରି ହରଭଙ୍ଗା ବ୍ଲକ୍ ଅଭିମୁଖେ ଯିବେ ।

You Can Read :

   Related Posts