ପାପକ୍ଷୟ ଘାଟ ପରିଦର୍ଶନ କଲେ 5-T ସଚିବ, ବିକାଶ ପାଇଁ କଲେ ଆଲୋଚନା
4/07/2023 at 1:01 PM

ବିନିକା ୪।୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ସୁବର୍ଣ୍ଣପୁରରେ ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି 5-T ସଚିବ ଭି.କେ. ପାଣ୍ଡିଆନ୍ ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପକ୍ଷୟ ଘାଟର ବିକାଶ ପାଇଁ ମଙ୍ଗଳବାର 5-T ସଚିବ ଭି.କେ. ପାଣ୍ଡିଆନ୍ ପରିଦର୍ଶନ କରି ଅଞ୍ଚଳବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପରେ ବାଉଁଶୁଣୀ ଠାରେ ଚାଲିଥିବା ଜଳ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ମଧ୍ୟ କରିଛନ୍ତି ।

ପାତାଳୀ ଶ୍ରୀକ୍ଷେତ୍ରର ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ଉଲୁଣ୍ଡା ଖେଳ ପଡିଆ ଠାରେ ଜନ ସଭାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ବିନିକା ବ୍ଲକକୁ ଗସ୍ତ କରିଥିଲେ l ବିନିକା ବ୍ଲକ ପରେ ସୁବର୍ଣ୍ଣପୁର ସଦର ବ୍ଲକର ଭୀମ ଭୋଇ ସମାଧି ପୀଠ ଦର୍ଶନ କରି ସାଗରପାଳି ଗଙ୍ଗାଧର ମେହେର ୫ଟି ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ମିଳାମିଶା କରିବାର କାର୍ଯ୍ୟକ୍ରମ ରହିଛି ।
You Can Read :