କରଞ୍ଜିଆ ଓ ଯଶୀପୁରରେ 5-T ସଚିବ, 5-Tରେ ସାମିଲ ହେଲା ଉଭୟ ନିର୍ବାଚନମଣ୍ଡଳୀର ସ୍କୁଲ ଓ କଲେଜ

Published By : Prameya-News7 Bureau | August 11, 2023 IST

କରଞ୍ଜିଆ।ବାରିପଦା।ରାଇରଙ୍ଗପୁର ୧୧।୮: ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ କରଞ୍ଜିଆ କଲେଜ ପଡ଼ିଆରେ ଓହ୍ଲାଇ ଲୋକଙ୍କ ସହ ଭାବ ବିନିମୟ କରିଥିଲେ । ତାଙ୍କଠାରୁ ଅଭିଯୋଗ ପତ୍ର ନେଇଥିଲେ । ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ପାଇଁ ୨୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁଦାନ କରିଛନ୍ତି ବୋଲି 5-T ସଚିବ ଘୋଷଣା କରିଥିଲେ ।

{"id":829414,"width":738,"height":424,"sizeSlug":"full","linkDestination":"none"}

ସେହିପରି ଯଶୀପୁର ମହାର୍ଦ୍ଦାପଳସା ମିନି ଷ୍ଟାଡିୟମରେ ହେଉଥିବା ଜନ ଶୁଣାଣିରେ ଯୋଗଦେଇ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହାସହ ଯଶୀପୁର କ୍ଷୁଦ୍ର ଜଳସେଚନ ନିମନ୍ତେ ୬୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବା 5-T ସଚିବ ଘୋଷଣା କରିଥିଲେ । କରଞ୍ଜିଆ ଓ ଯଶୀପୁର ନିର୍ବାଚନ ମଣ୍ଡଳୀରେ ଥିବା ସ୍କୁଲ ଓ କଲେଜଗୁଡ଼ିକୁ 5-Tରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି 5-T ସଚିବ ।

{"id":829416,"sizeSlug":"full","linkDestination":"none"}

ସେପଟେ ରାଇରଙ୍ଗପୁର ସହର ଗସ୍ତରେ ଆସି ମିଶନ ଶକ୍ତି ମହିଳାମାନଙ୍କୁ ସିଧା ସଳଖ ଭେଟି ଅଭିଯୋଗ ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କିପରି ଓଡ଼ିଶା ଆଗେଇ ଚାଲିଛି 5-T ସଚିବ ତାହା ଜଣାଇଥିଲେ । ମିଶନ ଶକ୍ତି ଜରିଆରେ ମାଆ ମାନେ କିପରି ଲାଭବାନ ହୋଇଛନ୍ତି ତାହା ବୁଝିଥିଲେ ଓ ତାଙ୍କ ଅଭିଯୋଗ ଶୁଣିଥିଲେ । ୮ ଦିନ ଭିତରେ ସବୁ ଅଭିଯୋଗ ପୂରଣ ହେବ ବୋଲି 5-T ସଚିବ ପ୍ରତିଶୃତି ଦେଇଥିଲେ । ରାଇରଙ୍ଗପୁରର ୭ଟିି ବ୍ଲକ୍‌ରୁ ପ୍ରାୟ ୫ ହାଜର ଲୋକ ସଭାରେ ଉପସ୍ଥିତ ଥିଲେ ।

wp:html /wp:html

You Can Read :

wp:embed {"url":"https://www.prameyanews7.com/bjp-demand-to-increase-old-age-pension/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-demand-to-increase-old-age-pension/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.