5T ସଚିବଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା

Published By : Prameya-News7 Bureau | June 29, 2023 IST

ଜଗତସିଂହପୁର ୨୯/୦୬: ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ । ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଆୟୋଜିତ ଜନ ଶୁଣାଣିରେ ଯୋଗ ଦେଇ ଲୋକଙ୍କ ଗ୍ରୀଭାନ୍ସ ଗ୍ରହଣ କରିବେ । 5T ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଚଳଚଂଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା ।

ସକାଳେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଶିଆଳି ଠାରେ ଆକାଶ ମାର୍ଗରେ ଆସି ପହଁଚିବେ । ସେଠାରେ ଶିଆଳି ବେଳାଭୂମି ଅନୁଧ୍ୟାନ କରିବା ସହିତ ଏକ ଜନ ଶୁଣାଣି ରେ ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିବେ । ପରେ ପାରାଦୀପ ଓ କୁଜଙ୍ଗ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ।

ସେହିପରି ଅପରାହ୍ନରେ ଜଗତସିଂହପୁର ଫେରିଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ଏସଭିଏମ କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଏହା ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ଜଣ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସବିଧା ଅସୁବିଧା ବାବଦରେ ଅଭିଯୋଗ ଗ୍ରହଣ କରିବେ । ଏଥି ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ 5T ସଚିବଙ୍କ ଏହି ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.