ଦେବକୁଣ୍ଡ ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ, ବିକାଶ ନେଇ କଲେ ସମୀକ୍ଷା

Published By : Prameya-News7 Bureau | March 02, 2023 IST

ଉଦଳା ୨।୩: ଦେବକୁଣ୍ଡ ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ କୁଣ୍ଡାବାଇ ମା’ ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଆସିଛନ୍ତି । ଗୁରୁବାର ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇ ଦେବକୁଣ୍ଡ  ଯାଇଥିଲେ । ସେଠାରେ ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । କିଭଳି ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ହେବା ସହିତ ପର୍ଯ୍ୟଟନର ବିକାଶ ହେବ ଏବଂ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସି ଦେବକୁଣ୍ଡ ବୁଲିବେ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

{"id":752688,"sizeSlug":"full","linkDestination":"none"}
V.K. Pandyan

ବିଶେଷ କରି ରାସ୍ତାର ବିକାଶ ସହିତ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ମା’ଙ୍କ ପୀଠର ବିକାଶ ନେଇ 5T ସଚିବ ସ୍ଥିତି ସମୀକ୍ଷା କରିଛନ୍ତି । 5T ସଚିବଙ୍କ ସହିତ ମୟୁରଭଞ୍ଜ ଜିଲ୍ଲାପାଳ, ଆଇଜିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ସ୍ଥିତି ସମୀକ୍ଷା କରିବା ପରେ 5T ସଚିବ ଭୀମକୁଣ୍ଡ ଅଭିମୁଖେ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.