5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ, ନିର୍ମାଣାଧୀନ ଅଞ୍ଚଳ ବୁଲି ଦେଖିଲେ

Published By : Prameya-News7 Bureau | November 16, 2022 IST

ଭୁବନେଶ୍ୱର ୧୬।୧୧: 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I

{"id":709805,"sizeSlug":"full","linkDestination":"none"}

ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧୀନ ଅଞ୍ଚଳ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ଆସନ୍ତା ୨୦୨୩ ସୁଦ୍ଧା ନିର୍ମାଣ କାମ ଶେଷ ହେବ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ।

{"id":709806,"sizeSlug":"full","linkDestination":"none"}

ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରେ ୮୦ କୋଟିର ଟ୍ରମା କେୟାର ସେଣ୍ଟର ନିର୍ମାଣ ଚାଲିଛି । ଯାହାକୁ ବୁଲି ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହାବ୍ୟତୀତ ୨୮୦ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପିଜିଆଇ ବ୍ଲକର ମଧ୍ୟ ସାଇଟ୍‌  ବୁଲି ଦେଖିଛନ୍ତି ।

{"id":709807,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.