scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋରଡାରେ ଲୋକଙ୍କୁ ଭେଟି ଅଭିଯୋଗ ଗ୍ରହଣ କଲେ 5-T ସଚିବ, ୭ ଦିନରେ ନିଆଯିବ ପଦକ୍ଷେପ

26/08/2023 at 2:31 PM

ବ୍ରହ୍ମପୁର ୨୬।୮: 5-T ସଚିବ ଭି. କେ. ପାଣ୍ଡିଆନଙ୍କ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତର ଶନିବାର ଦ୍ଵିତୀୟ ଦିନ । ଭଞ୍ଜନଗର କାର୍ଯ୍ୟକ୍ରମ ଶେଷ କରି ସୋରଡ଼ାରେ ପହଞ୍ଚିଥିଲେ 5-T ସଚିବ ଭି.କେ. ପାଣ୍ଡିଆନ ।

ଛାତ୍ରଛାତ୍ରୀ, ମହିଳା, ଲୋକଙ୍କ ସହ ସିଧା ସଳଖ ଭେଟିଥିଲେ । ହାତକୁ ହାତ ମିଶାଇ ଅଭିଯୋଗ ପତ୍ର ଗ୍ରହଣ ମଧ୍ୟ କରିଥିଲେ । କିଏ ମୁଣ୍ଡ ଉପରେ ଫୁଲ ପକାଇ ସ୍ୱାଗତ କରୁଥିଲେ ତ ଆଉ କିଏ ହାତରେ ରାକ୍ଷୀ ବାନ୍ଧି ଅଭିଯୋଗ ଶୁଣାଉଥିଲେ । ଏସବୁ ଭିତରେ 5-T ସଚିବଙ୍କୁ ନିକଟରେ ପାଇ ଖୁସି ଆନନ୍ଦର ସହକାରେ ସେଲ୍ଫି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ 5-T ସଚିବ ଭି. କେ. ପାଣ୍ଡିଆନ । ଯାହାର ଅଭିଯୋଗ ଦରଖାସ୍ତ ରହିଲା ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ । ରାକ୍ଷୀ ପିନ୍ଧାଇ ଥିବାରୁ ସବୁ ଭଉଣୀକୁ ଧନ୍ୟବାଦ ଜଣାଇଥିଲେ । କଲେଜଗୁଡିକ ରୂପାନ୍ତରିତ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିଥିବା 5-T ସଚିବ କହିଛନ୍ତି । ସୋରଡ଼ା, ବେଲଗୁଣ୍ଠାର ଜନସାଧାରଣ ଏହି ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ।

5-T କଲେଜ ରୂପାନ୍ତରିତ ନେଇ ଜନ ପ୍ରତିନିଧିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ 5-T ସଚିବ । ଭଲ ପାଠପଢି ବାପା-ମା’ଙ୍କ ସ୍ବପ୍ନକୁ ସାକାର ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କଲେଜର ବର୍ତ୍ତମାନ ସ୍ଥିତି ଏବଂ 5-T ରୂପାନ୍ତର ପରେ ଫଟୋ ପଠାଇବାକୁ ପରାମର୍ଶ ଦେଇଛନ୍ତି ।

ଏସଏଚଜି ମହିଳାଙ୍କୁ ଜୁହାର ଜଣାଇଲେ 5-T ସଚିବ । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ମହିଳାଙ୍କ ଉନ୍ନତି ପାଇଁ ଚିନ୍ତା କରିଥିଲେ । ରୋଜଗାର ପାଇଁ ସୁଯୋଗ ଦେବା ଭାବି ମିଶନ ଶକ୍ତି ଗଠନ କରିଲେ । ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇ ଗଞ୍ଜାମ ଜିଲ୍ଲାରେ ଗୋଟିଏ ବର୍ଷରେ ୧ ହଜାର କୋଟି ଟଙ୍କା ଋଣ ନେଇଛନ୍ତି । ରିମୋଟ ଅଞ୍ଚଳର ମା’ମାନେ କେମିତି ଋଣ ପାଇବେ ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଳିମାଗୋଛା ପଞ୍ଚାୟତରୁ ଋଣ ମେଳା କ୍ୟାମ୍ପ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ଗୃହ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ମଧୁ ବାବୁ ଯୋଜନାରେ ତୁରନ୍ତ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ସୁବିଧା ଯୋଗାଇଛନ୍ତି । ଗରିବ ଲୋକଙ୍କ ଚିକିତ୍ସା ପାଇଁ ଏହି ସୁବିଧା ଯୋଗାଇଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ଯୋଗାଣ ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା ସ୍ମାର୍ଟ କାର୍ଡରେ ମୁଖ୍ୟମନ୍ତ୍ରୀ ସୁବିଧା ଯୋଗାଇଛନ୍ତି ।

ଓଡିଶାର ସମସ୍ତଙ୍କୁ ପରିବାର ଭାବିଛନ୍ତି ମୁଖ୍ୟମନ୍ତ୍ରୀ । ଟଙ୍କା ପାଇଁ ଯେମିତି ଚିକିତ୍ସାରୁ ବଞ୍ଚିତ ନହେବେ ତାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପୁରା ତତ୍ପର ଥିବା କହିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଅଭିଯୋଗର ସବୁ ପୂରଣ ହେବ ବୋଲି 5-T ସଚିବ କହିଲେ । ମନ୍ଦିର, ଚର୍ଚ୍ଚ, କମ୍ୟୁନିଟି ହଲ ସବୁର ଉନ୍ନତି ପାଇଁ ୭ ଦିନରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ପାଣି ଯୋଗାଣ ପାଇଁ ୧୫୦୦ କୋଟି ବ୍ୟବସ୍ଥା କରିଛନ୍ତି । ସୋରଡ଼ାର ୨୨ଟି ଗାଁର ଭୂମି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି 5-T ସଚିବ କହିଛନ୍ତି । ପିପିଲଙ୍କା ପାଣି ଯୋଗାଣ ପାଇଁ ୧୦୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଖେଳ ପଡିଆର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା 5-T ସଚିବ କହିଛନ୍ତି । ସମସ୍ତଙ୍କୁ ମିଶି ଖୁସି ଲାଗିଥିବା 5-T ସଚିବ କହିଛନ୍ତି ।

You Can Read :

   Related Posts