ନବରଙ୍ଗପୁରରେ 5-T ସଚିବ, ମା’ ବିଡ୍ରି ଠାକୁରାଣୀ ମନ୍ଦିରର ଉନ୍ନତିମୂଳକ କାମ କରିବାକୁ ପ୍ରତିଶ୍ରୁତି

Published By : Prameya-News7 Bureau | March 18, 2023 IST

ଉମରକୋଟ ୧୮।୩: 5-T ସଚିବ V K Pandian ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ । ଦ୍ଵିତୀୟ ଦିନରେ ଝରିଗାଁ ବ୍ଲକରେ ଥିବା ମା’ ବିଡ୍ରି ଠାକୁରାଣୀ ବା ଘାଟ ଘୋଷଣୀଙ୍କୁ ଦର୍ଶନ କଲେ । ସେଠାରେ ଦର୍ଶନ ପରେ ମନ୍ଦିର କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରି ମନ୍ଦିରର ବିଭିନ୍ନ ଉନ୍ନତିମୂଳକ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ଦିର ପ୍ରାଚୀର, ନଦୀ କୂଳରେ ଗାର୍ଡ ୱାଲ୍, ମନ୍ଦିର ନିକଟରେ ଏକ ପାର୍କ ପାଇଁ ଦାବି କରିଛନ୍ତି ମନ୍ଦିର କମିଟି, ଏଥିସହ ଏହାକୁ ଏକ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେବାକୁ ଦାବି ହେଇଛନ୍ତି । ସମସ୍ତ ଦାବି ଶୁଣିବା ପରେ କମିଟି ପକ୍ଷରୁ ଲିଖିତ ଆବେଦନ କଲେ ଏସବୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭି.କେ. ପାଣ୍ଡିଆନ ।

{"id":759614,"width":739,"height":406,"sizeSlug":"full","linkDestination":"none"}

ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ 5-T ସଚିବ ଭି.କେ. ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମା’ଙ୍କ ଏକ ଫଟୋଚିତ୍ର ଭେଟି ଦେଇଥିଲେ । ଏହି ଗସ୍ତରେ ବିଡ୍ରି ଠାକୁରାଣୀଙ୍କ ପୂଜାର୍ଚ୍ଚନା ଏବଂ ଆଲୋଚନା ପରେ ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡ଼ାଗଡ଼ ପର୍ଯ୍ୟଟନସ୍ଥଳୀର, ଉମରକୋଟର ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା ପରେ ଉମରକୋଟର ଆର୍‌ଏମ୍‌ସି ୟାର୍ଡ, ଉମରକୋଟ ବ୍ଲକ ପୂଜାରୀଗୁଡାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟର ଜାମରୁଣ୍ଡା 5-T ହାଇସ୍କୁଲ, ଉମରକୋଟର ଆହାର କେନ୍ଦ୍ର, ଝରିଗାଁର ସତୀଘାଟ ଓ ଚନ୍ଦାହାଣ୍ଡି ବ୍ଲକ ମାଲଗାଁରେ ପ୍ରସ୍ତାବିତ ତେଲ ସମନ୍ୱିତ ଜଳ ଓ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.