ପୁରୀ ଗସ୍ତରେ 5T ସଚିବ, ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

Published By : Prameya-News7 Bureau | December 24, 2022 IST

ପୁରୀ ୨୪।୧୨ : ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍। ଶନିବାର ଭୋରୁ 5T ସଚିବ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି। ଏହାସହ ମା' ବିମଳା, ମହାଲକ୍ଷ୍ମୀଙ୍କ ମନ୍ଦିର ଦର୍ଶନ ସହ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି। ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ଐତିହ୍ୟ କରିଡର କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି 5T ସଚିବ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ 5T ସଚିବଙ୍କୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ ।

{"id":724806,"sizeSlug":"full","linkDestination":"none"}

ସେହିପରି ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲ ବିଲ୍ଡିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି  5T ସଚିବ। ବିଲ୍ଡିଂ ବାହାର ଓ ଭିତର କାମ ବୁଲି ଦେଖିଛନ୍ତି । ୨୦୨୩ ଅଗଷ୍ଟ ସୁଦ୍ଧା ସାରିବାକୁ ଦେଲେ ନିର୍ଦ୍ଦେଶ । ଓପିଡି, ଆଇପିଡି, ଲିଫ୍ଟ କାମ କେମିତି ଚାଲିଛି ତାହା ଦେଖିଛନ୍ତି । ଏଲଆଣ୍ଡଟି ପ୍ରୋଜେକ୍ଟ ହେଡ୍ ଙ୍କ କହିବା କଥା ୫୮ ପ୍ରତିଶତ କାମ ଶେଷ ହୋଇଛି । ଆଉ ବାକି କାମ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି। କାର୍ଯ୍ୟର ଅଗ୍ରଗତି ନେଇ 5T ସଚିବ ଖୁସି ବ୍ୟକ୍ତ କରିଛନ୍ତି ବୋଲି ପ୍ରୋଜେକ୍ଟ ହେଡ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.