ବାହାନଗା ଟ୍ରେନ୍ ଟ୍ରାଜେଡି, ଆହତ କୁନି ପୁଅକୁ ଉପହାର ଦେଲେ 5T ସଚିବ
6/06/2023 at 11:07 AM

କଟକ ୦୬।୦୬ : ବାହାନଗା ଟ୍ରେନ୍ ଟ୍ରାଜେଡି । ଦୁର୍ଘଟଣାରେ ଶିକାର ହୋଇଥିଲେ ୧୦ ବର୍ଷୀୟ ଶିଶୁ ଦେବାଶିଷ ପାତ୍ର । ରବିବାର 5T ସଚିବ ଭି.କେ ପାଣ୍ଡିଆନ୍ ଏସ୍ସିବିରେ ଆହତମାନଙ୍କୁ ଭେଟୁଥିଲେ । ଏହି ସମୟରେ 5T ସଚିବଙ୍କ ନଜର ଦେବାଶିଷଙ୍କ ଉପରେ ପଡିଥିଲା । ଏବଂ ତାଙ୍କୁ ପଚାରିଥିଲେ ଯେ, ତୁମକୁ କଣ ଭଲ ଲାଗି । ଡ୍ରେସ୍ ଭଲ ଲାଗେ ବୋଲି ଦେବାଶିଷ୍ ତତ୍କ୍ଷଣାତ୍ କହିଥିଲେ । ଶେଷରେ 5T ସଚିବ ଦେବାଶିଷଙ୍କ ଲାଗି ଏକ ଡ୍ରେସ୍ ଉପହାର ପଠାଇଥିଲେ । ଯାହାକୁ ପାଇ ଦେବାଶିଷ୍ ବେଶ୍ ଥିବା ଜଣାପଡିଛି ।
ଖବର ଅନୁଯାୟୀ, ବାପା ନିଳାମ୍ବର ପାତ୍ର ଓ ମା’ ଦେବକୀ ପାତ୍ର ଓ ବଡ଼ଭାଇଙ୍କ ସହିତ ପୁରୀ ଆସୁଥିଲେ ଦେବାଶିଷ । ଏହି ସମୟରେ ବାହାନଗା ନିକଟରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ମୃତଦେହ ତଳେ ଚାପି ହୋଇ ରହିଯାଇଥିଲେ ଦେବାଶିଷ । ମୃତଦେହକୁ ଆଡ଼େଇ ଦେବାଶିଷକୁ ଉଦ୍ଧାର କରିଥିଲେ ବଡ଼ଭାଇ । ଗୁରୁତର ଆହତ କୁନି ଦେବାଶିଷ ଏବେ ଏସ୍ସିବି ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଏବେ ଉନ୍ନତି ଆସୁଥିବା ଜଣାପଡିଛି ।