scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ସଚିବ ଭିକେ ପାଣ୍ଡିଆନ, ଜନତା ମଇଦାନରେ କଲେ ସମ୍ବୋଧନ

21/08/2023 at 2:43 PM

ଭୁବନେଶ୍ୱର ୨୧/୦୮: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ସଚିବ ଭି.କେ. ପାଣ୍ଡିଆନ । ଭୁବନେଶ୍ବର ଜନତା ମୈଦାନରେ ଛାତ୍ରଛାତ୍ରୀଙ୍କୁ ଭେଟି ଏବଂ ସେମାନଙ୍କ ସହ ଆଲୋଚନା କରି ସଫଳତାର ମନ୍ତ୍ର ବାଣ୍ଟିଛନ୍ତି 5T ସଚିବ। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ଲସ ଟୁ ଓ ପ୍ଲସ ଥ୍ରି କଲେଜ 5T ରେ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ନେଇ 5T ସଚିବ ସୂଚନା ଦେଇଛନ୍ତି।

ସ୍ମାର୍ଟ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ହେବ। କଲେକ ରୂପାନ୍ତରୀଣ କାର୍ଯ୍ୟ ୬ ମାସ ମଧ୍ୟରେ ହେବ। କଲେଜ କାମ ଚାଲୁଥିବା ସମୟରେ କାମ ସହିତ ନିଜକୁ ସାମିଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ୫-ଟି ସଚିବ କହିଛନ୍ତି ଯେ, ଦିନରାତି ପାଠ ପଢି ଓ ବାପା ମାଙ୍କ ସ୍ବପ୍ନ ପୂରଣ କଲେ, ସେଇଟା ହିଁ ହେବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରିଟର୍ଣ୍ଣ । ନିଜ ଶରୀର ପାଇଁ ଅଧାଘଣ୍ଟା ସମୟ ଦେବାକୁ ଛାତ୍ରୀ ଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ସଚିବ ।

ସେ କହିଛନ୍ତି ଗୁରୁ ମାନଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ସମାଧାନ କରିବେ । ମୋର ଅନୁରୋଧ, ଗୁରୁମାନେ ପିଲାମାନଙ୍କ ଭବିଷ୍ୟତ ଗଢିବାକୁ । ଗୁରୁ ମାନେ ଜୀବନରେ ବଡ଼ ଭୂମିକା ନିଅନ୍ତି । ସେମାନଙ୍କୁ ଯେତିକି ସମ୍ମାନ ଦେବେ, ସେମାନେ ସେତିକି ଭଲ ଜ୍ଞାନ ଦେଇ ପାରିବେ. ଆପଣ ମାନେ ଠିକ ସମୟରେ ଆସିଲେ, ପିଲା puntuality ଶିଖିବେ. କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି ।

   Related Posts