ବରମୁଣ୍ଡା ବସ୍ ଟର୍ମିନାଲରେ 5-T ସଚିବ, ନିର୍ମାଣ କାମର କଲେ ସମୀକ୍ଷା

Published By : Prameya-News7 Bureau | June 01, 2023 IST

ଭୁବନେଶ୍ବର ୧।୬: ବରମୁଣ୍ଡା ବସ୍ ଟର୍ମିନାଲରେ 5T ସଚିବ ଭି.କେ. ପାଣ୍ଡିଆନ୍। ବରମୁଣ୍ଡା ବସ୍ ଟର୍ମିନାଲ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ଥିବାବେଳେ 5T ସଚିବ ଏହାର ସମୀକ୍ଷା କରିଛନ୍ତି। ଆସନ୍ତା ୪-୫ ମାସ ମଧ୍ୟରେ ସରିବ ବରମୁଣ୍ଡା ବସ୍ ଟର୍ମିନାଲନିର୍ମାଣ କାର୍ଯ୍ୟ। ସମୀକ୍ଷା ବେଳେ ଉପସ୍ଥିତ ଥିଲେ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର ସମେତ ବହୁ ବରିଷ୍ଠ ଅଧିକାରୀ।

{"id":796391,"sizeSlug":"large","linkDestination":"none"}

ବରମୁଣ୍ଡା ବସ୍ ଟର୍ମିନାଲ ୧୧.୪୮ ଏକର ଜମିରେ ନିର୍ମାଣ ହେଉଛି। ଏଥିପାଇଁ ୧୮୦ କୋଟି ଟଙ୍କା ବ୍ୟୟ ରେ ଏହାର ନିର୍ମାଣ ଜାରି ରହିଛି । ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସାଢେ ୪ ଏକର ଜମି ମଧ୍ୟ ରହିଛି। ନୂଆ ବର୍ଷ ରେ ଯେପରି ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରାଯିବ ସେନେଇ ଚାଲିଛି ଦିନ ରାତି କାମ। ବର୍ତ୍ତମାନ ସୁଦ୍ଧା ବସ୍ ଟର୍ମିନାଲର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ସରିଛି।

{"id":796393,"sizeSlug":"large","linkDestination":"none"}

ଏହି ବସ୍ ଟର୍ମିନାଲଟି ସୌର ଶକ୍ତି ଦ୍ୱାରା ପରିଚାଳିତ ହେବ । ଏଥିରେ ଏକ୍ସାଲେଟର, ଏଲିଭେଟର, ୱାଇଫାଇ ସହ ବର୍ଜ୍ୟ ଜଳ ବିଶୋଧନ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଣ୍ଡରଗ୍ରାଉଣ୍ଡ ପାର୍କିଂ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ପାର୍କିଂ, ଏଟିଏମ୍, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଭଳି ବ୍ୟବସ୍ଥା କରାଯାଉଛି । ଦୈନିକ ୨ ହଜାର ବସ୍ ଚଳାଚଳ ଲକ୍ଷ୍ୟ ରଖାଯାଇଛି ।

wp:heading {"level":4}

ଏହା ମଧ୍ୟ ପଢ଼ନ୍ତୁ:~ମଇରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି ଟଙ୍କା, ବାର୍ଷିକ ଆଧାରରେ ୧୨ ପ୍ରତିଶତ ବୃଦ୍ଧି

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.