ଶ୍ରୀଜିଉଙ୍କୁ ଦର୍ଶନ କଲେ 5-T ଅଧ୍ୟକ୍ଷ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲିବା ସହ ବିଭିନ୍ନ କାମର କଲେ ସମୀକ୍ଷା

Published By : Prameya-News7 Bureau | February 24, 2024 IST

ପୁରୀ ୨: ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ଶନିବାର ଭୋରରୁ 5-T ଅଧ୍ୟକ୍ଷ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଏଥିସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି । ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବା ସହ ଅନ୍ୟାନ୍ୟ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଏହି ସମୟରେ ପୁରୀ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶ୍ରୀମନ୍ଦିର ଦର୍ଶନ ଓ ପରିକ୍ରମା ମାର୍ଗ ବୁଲିବା ପାଇଁ ଆସୁଥିବା ଭକ୍ତମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ 5-T ଅଧ୍ୟକ୍ଷ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ ।

You Can Read :

wp:embed {"url":"https://www.prameyanews7.com/man-critically-injured-after-fall-down-into-open-drain-in-boudh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-critically-injured-after-fall-down-into-open-drain-in-boudh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.