ବାଇକ୍‌ ରାଲିରେ ନଦୀବନ୍ଧ ବୁଲିଲେ 5-T ଅଧ୍ୟକ୍ଷ ; ନଦୀକୂଳ ବାସିନ୍ଦାଙ୍କ ସହ କଥା ହେଲେ ଓ ପ୍ରତିଶ୍ରୁତି ଦେଲେ

Published By : Prameya-News7 Bureau | February 24, 2024 IST

ଭଦ୍ରକ ୨୪।୨: ଭଦ୍ରକ ଜିଲ୍ଲା ଗସ୍ତରେ 5-T ତଥା ଆମ ଓଡ଼ିଶା ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ପ୍ରଥମେ ଭଣ୍ଡାରିପୋଖରୀ ସ୍ଥିତ ଆଖୁଆପଦାଠାରେ ଆନିକଟ ବୁଲି ଦେଖିଛନ୍ତି । ପରେ ସାଧାରଣ ସଭା ମଧ୍ୟ କରିଛନ୍ତି । ଲୋକଙ୍କ ଦାବିପତ୍ର ନେବା ସହ ଉନ୍ନୟନମୂଳକ କାର୍ଯ୍ୟର ଘୋଷଣା କରିଛନ୍ତି । କିନ୍ତୁ ଧାମନଗର ନିର୍ବାଚନ ମଣ୍ଡଳୀର ଦୁଃଖ କୁହାଯାଉଥିବା ବୈତରଣୀ ନଦୀର ବାମ ବନ୍ଧ ମଧ୍ୟ ବୁଲିଛନ୍ତି । କିନ୍ତୁ ଲୋକଙ୍କ ଦୁଃଖକୁ ଅନୁଭବ କରିବା ପାଇଁ ନିଜେ 5-T ଅଧ୍ୟକ୍ଷ ବାଇକ୍ ଚଳାଇ ପ୍ରାୟ ୧୦କି.ମି.ରୁ ଅଧିକ ବନ୍ଧ ରାସ୍ତାରେ ବୁଲିଛନ୍ତି । 5-T ଅଧ୍ୟକ୍ଷ ଆସୁଥିବା ଜାଣି ଲୋକେ ବନ୍ଧ ପାର୍ଶ୍ବରେ ଠିଆ ହୋଇଥିଲେ ।

5-T ଅଧ୍ୟକ୍ଷ ନିଜେ ଗାଡି ଅଟକାଇ ନଦୀ କୂଳରେ ରହୁଥିବା ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ଆଉ କହିଛନ୍ତି ଯେ, କିଛି ଅଭାବ କିମ୍ବା ଦାବି ଥିଲେ ମୋତେ ନିଜେ ଲିଖିତ ଭାବେ ଜଣାନ୍ତୁ । ଅନେକ ଲୋକେ ନିଜ ନିଜର ଅଭିଯୋଗକୁ ଲିଖିତ ଆକାରରେ ମଧ୍ୟ ଦେଇଛନ୍ତି । ଏମିତି କି ଅନେକ ସ୍ଥାନରେ 5-T ଅଧ୍ୟକ୍ଷଙ୍କ ସହ ସେଲ୍ଫି ନେଇଛନ୍ତି । ପରେ ନଦୀ ବନ୍ଧର ମଲ୍ଲି ମାହାରା ଓ ଗୌରାଙ୍ଗପୁର ଏସ୍କେପ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟା ସମୟରେ ଲୋକଙ୍କ ପାଇଁ ଦୁଃଖ ସାଜିଥିବା ଏହି ଏସ୍କେପକୁ କେମିତି ଭାବେ ପରିଚାଳନା କଲେ ସମାଧାନ ହେବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି । କୋଚିଳା ମୁହାଣରେ ପ୍ରସ୍ତାବିତ କୋଚିଳା ବ୍ୟାରେଜ ସ୍ଥାନକୁ ମଧ୍ୟ ଦେଖିବା ସହ ସମୀକ୍ଷା କରିଛନ୍ତି । ଏହି ପରିଦର୍ଶନ ସମୟରେ ଧାମନଗର ବାସିନ୍ଦା ବେଶ ଉତ୍ସାହିତ ହୋଇଥିଲେ । ଅନେକ ସ୍ଥାନରେ ଫୁଲ ପକାଇ, ବାଣ ଫୁଟାଇ ସ୍ୱାଗତ କରିଥିଲେ । ହଜାର ହଜାର ମହିଳା ପଟୁଆରରେ 5-T ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି । ଆଉ ସେହି ସ୍ଥାନରେ ସର୍ବସାଧାରଣରେ କହିଥିଲେ ଯେ ଆପଣଙ୍କର ଦୁଃଖ ନିଶ୍ଚିତ ଦୂର ହେବ ।

୫୦ କିଲୋମିଟର ରାସ୍ତା ଅତିକ୍ରମ କରି ଆସିଲି । ଡେରି ହେଲା, କ୍ଷମା କରନ୍ତୁ । ରାସ୍ତାରେ ଆସିବା ବେଳେ ବହୁ ସମସ୍ୟା ବିଷୟରେ ବୁଝିଲି । ବର୍ଷେ ଭିତରେ ରାସ୍ତା ହେବ, ପୁଣି କାମ ପରେ ଆସିବି, ଆଉ ଧୂଳି ପଡିବ ନାହିଁ । ଆପଣଙ୍କ ପାଇଁ ଆମେ ଦିନ ରାତି ଖଟିବୁ । ଦୁଇ ଥର ଆସିଥିଲି, । ୧୨୦ ରୁ ୧୦୦ ଦରଖାସ୍ତରେ ୧୧୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ବୈତରଣୀ ନଦୀ ବନ୍ଧ ପାଇଁ ୬୦ କୋଟି ଟଙ୍କା, ବନ୍ୟା ଓ ବାତ୍ୟା ସମସ୍ୟା ଦୂର ହେବ । ୧୨ କୋଟିରେ ବାଇପାସ ରାସ୍ତା ହେବ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଧାମନଗରବାସୀଙ୍କ ଭଲ ପାଇବା ନିଶ୍ଚିତ ପହଞ୍ଚୁଛି । ଆଜି ମଧ୍ୟ ଦାବିପତ୍ର ଦେଇଛନ୍ତିମାନେ ୭ ଦିନରେ ପୂରଣ ହେବ । ମୁଁ ରାସ୍ତା ରାସ୍ତାରେ ୧୫ କିମି ବାଇକ୍‌ରେ ଗଲି, ୩୦ କିମି ଗାଡିରେ ବୁଲିଲି । ଭଦ୍ରକାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଚଉଡା ହେବା କାମ ଆରମ୍ଭ ହେଲା, ବାବା ଆଖଣ୍ଡଳମଣୀଙ୍କ ପୀଠର ଉନ୍ନତିକରଣ ପରେ ସ୍ୱପ୍ନ ଭଳି ଲାଗିବ ।

You Can Read :

wp:embed {"url":"https://www.prameyanews7.com/chandikhol-and-jaraka-of-jajpur-district-declared-as-new-nac/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chandikhol-and-jaraka-of-jajpur-district-declared-as-new-nac/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.