ଦିନିକିଆ ଗଞ୍ଜାମ ଗସ୍ତରେ 5-T ଅଧ୍ୟକ୍ଷ, ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି

Published By : Prameya-News7 Bureau | February 22, 2024 IST

ବ୍ରହ୍ମପୁର ୨୨।୨: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି 5-T ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଜିଲ୍ଲାର ଧରାକୋଟ, ବେଲଗୁଣ୍ଠା, କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକ ଗସ୍ତ କରି ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ନେଇ ଦେଇଛନ୍ତି ପ୍ରତିଶ୍ରୁତି ।

ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ ଅଞ୍ଚଳକୁ ଗସ୍ତ କରିଛନ୍ତି 5-T ଅଧ୍ୟକ୍ଷ । ବିଭିନ୍ନ ବ୍ଲକ ଗସ୍ତ କରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ । ପୂର୍ବରୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଗସ୍ତ ବେଳେ ୬୫୦ଟି ଅଭିଯୋଗ  ପତ୍ର ଗ୍ରହଣ କରିଥିବା ବେଳେ ୬୦୦ ଟି ପ୍ରମୁଖ ସମସ୍ୟାର ସମାଧନ କରିଥିଲେ । ଆଉ ୫୦ ଟି ଅଭିଯୋଗ ପତ୍ର ଉପରେ ସମାଧାନ କରିବା ବାକି ଅଛି ବୋଲି କହିଛନ୍ତି 5-T ଅଧ୍ୟକ୍ଷ l

ସେହିପରି ମୁଖ୍ୟମନ୍ତ୍ରୀ ସମସ୍ତ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସହ ମମତା ଯୋଜନାରେ ଗର୍ଭବତୀ ମା’ମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ଅନୁଦାନ ୫ ହାଜର ଟଙ୍କାରୁ ୧୦, ହାଜର ଟଙ୍କା ବୃଦ୍ଧି l ବିକଳାଙ୍ଗ ବାର୍ଦ୍ଧକ୍ୟ ଓ ବିଧବାମାନଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା ୫୦୦ ରୁ ୧୦୦୦ ହାଜର ଟଙ୍କାକୁ ବୃଦ୍ଧି l ଛାତ୍ରମାନଙ୍କୁ ୯ ହାଜର ଟଙ୍କାର, ଛାତ୍ରୀମାନଙ୍କ ପାଇଁ ୧୦ ହାଜର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସହ ଲକ୍ଷ୍ମୀ ବସ୍ ଯୋଜନା ମାଧ୍ୟମରେ ସମସ୍ତ ଗ୍ରାମ ପଞ୍ଚାୟତରୁ ବ୍ଲକ ଓ ତହସିଲ ସହ ସହରାଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ କରାଯାଇଛି l ମାତ୍ର ୫ ଟଙ୍କାରେ ମହିଳା, ଛାତ୍ରଛାତ୍ରୀ, ସାଧାରଣ ଲୋକେ ଲକ୍ଷ୍ମୀ ବସରେ ଯାତାୟାତ କରି ପାରିବେ ବୋଲି  କହିଛନ୍ତି l  ଗସ୍ତ ସମୟରେ ହଜାର ହଜାର ମହିଳାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାଗତ ଜଣାଇଥିଲେ l

ବେଲଗୁଣ୍ଠା, ଧରାକୋଟ, କୁକୁଡାଖଣ୍ଡି, ପାତ୍ରପୁର ଗସ୍ତ କରି ସରକାରଙ୍କ ବହୁ ଉପାଦେୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ 5-T ଅଧ୍ୟକ୍ଷ ।ବେଲଗୁଣ୍ଠାରେ ପହଞ୍ଚି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ଏକ ବିଶାଳ ଜନସମାଗମକୁ ଉଦବୋଧନ ଦେଇଥିଲେ l ବେଲଗୁଣ୍ଠା ସ୍ଥିତ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଥିଲେ ଏବଂ ବସଷ୍ଟାଣ୍ଡ ଷ୍ଟାଡିୟମରେ ପହଞ୍ଚି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହିତ ବେଲଗୁଣ୍ଠା ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗାଁ ବୋଲି କହିଥିଲେ । ସୋରଡ଼ା ଜଳ ଭଣ୍ଡାର ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ ଓ ପିପଲପଙ୍କା ଠାରେ ୧୦୦୦ କୋଟିରେ ଆଉ ଏକ ଜଳଭଣ୍ଡାର ନିର୍ମାଣ କରାଯିବ ଓ ବେଲଗୁଣ୍ଠାର ପିତ୍ତଳ ମାଛ କାରିଗରଙ୍କୁ ସହାୟତା ପ୍ରଦାନ କରାଯିବା ଘୋଷଣା କରିଥିଲେ, ବେଲଗୁଣ୍ଠାରୁ ଧରାକୋଟ ଅଭିମୁଖେ ଯାଇଥିଲେ l ଯାହା ମାଡ କଲେ ମଧ୍ୟ ମୁଁ ଲୋକଙ୍କ କାମ କରିବାକୁ ଏପରି ଆସିବି ବୋଲି 5-T ଅଧ୍ୟକ୍ଷ କହିଛନ୍ତି ।  5-T ଅଧ୍ୟକ୍ଷ ଗସ୍ତ କାର୍ଯ୍ୟକ୍ରମ ଏବଂ ଲୋକଙ୍କ ସହ ସାକ୍ଷାତ କରି ସମସ୍ୟା ବୁଝିବା ଏବଂ ସମାଧାନର ପ୍ରତିଶ୍ରୁତି ଦେବା ବହୁତ ଆକୃଷ୍ଟ କରିଛି ବୋଲି କହିଛନ୍ତି ସାଧାରଣ ଲୋକେ । 5-T ଅଧ୍ୟକ୍ଷଙ୍କ ଗସ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5-T ଅଧ୍ୟକ୍ଷଙ୍କୁ ସମସ୍ତେ ଜଣାଇଛନ୍ତି ଧନ୍ୟବାଦ ।

You Can Read :

wp:embed {"url":"https://www.prameyanews7.com/four-vehicle-damaged-in-series-accident-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-vehicle-damaged-in-series-accident-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.