ରାଉରକେଲାରେ 5T ଅଧ୍ୟକ୍ଷ, ପିଲାଙ୍କ ଭଲମନ୍ଦ ବୁଝିଲେ, ଆଉ ତାଙ୍କ ସହ ବସି ବି ଖାଇଲେ…

Published By : Prameya-News7 Bureau | February 22, 2024 IST

ରାଉରକେଲା ୨୨।୦୨ : ରାଉରକେଲାରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଗୁରୁବାର ସକାଳୁ ୫-ଟି ଅଧ୍ୟକ୍ଷ ପାନପୋଷ ସ୍ପୋର୍ଟସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭଲମନ୍ଦ ବୁଝିବା ସହ ପିଲାଙ୍କ ସହ ହଷ୍ଟେଲରେ ବସି ଖାଇଥିଲେ। ତାଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଉପସ୍ଥିତ ଥିଲେ।

wp:html /wp:html

ଖବର ଅନୁଯାୟୀ, ୫-ଟି ଅଧ୍ୟକ୍ଷ ବୁଧବାର ରାଉରକେଲା ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୁଧବାର ଅପରାହ୍ନରେ ରାଉରକେଲାରେ ପହଞ୍ଚିବା ପରେ ପ୍ରଥମେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଯାଇଥିଲେ। ସେଠାରେ ଚାଲିଥିବା FIH ପ୍ରୋ ଲିଗ୍ ଇଣ୍ଡିଆ ବନାମ ନେଦର୍ ଲ୍ୟାଣ୍ଡ ମ୍ୟାଚ୍‌କୁ ଉଦ୍‌ଘାଟନ୍‌ କରିବା ସହ ଦୁଇ ହକି ଦଳକୁ ଭେଟି ଭଲ ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ । ଆଉ ଆଜି ପାନ୍‌ପୋଷ ସ୍ପୋର୍ଟସ ହଷ୍ଟେଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ବସି ଖାଦ୍ୟ ଖାଇଛନ୍ତି । ଏହାସହ ଭଲ ମନ୍ଦ କଥା ପଚାରି ମଧ୍ୟ ବୁଝିଛନ୍ତି ।

wp:embed {"url":"https://www.prameyanews7.com/rajnath-singh-reaction-in-nabarangapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajnath-singh-reaction-in-nabarangapur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.