ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ବନ୍ଧୁକ ମୁନରେ ଲୁଟ୍, ଆକ୍ରମଣ କରି ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ଲକ୍ଷ ଟଙ୍କା

13/06/2022 at 1:45 PM

ଆଠଗଡ ୧୩।୬: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍ ।  ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।  ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ଲୁଟ୍ ହୋଇଛି ।

ସୂଚନାଯୋଗ୍ୟ ଯେ, କଟକ ମାଲଗୋଦାମକୁ ଏକ ଆଇଚରରେ ଯାଉଥିବା ବେଳେ ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରେ ଅଟକାଇଥିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ୫ଟି ବାଇକ୍ ଯୋଗେ ୭ଜଣ ଲୁଟେରା ଆସିଥିଲେ । ଏ ନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପରେ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ଓ ତିଗିରିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

   Related Posts