ମହୁମାଛି ଆକ୍ରମଣରେ ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
6/12/2022 at 7:27 PM

ନୀଳଗିରି, ୦୬।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ସରସ୍ୱତୀ ଶିଶୁ ମନ୍ଦିରରେ ମହୁମାଛି ଆକ୍ରମଣରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଓ ଜଣେ ଅଭିଭାବକ ଗୁରୁତର ହୋଇଛନ୍ତି ।ସେମାନଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍କୁଲ ଛୁଟି ହେବା ସମୟରେ ମହୁମାଛି ଆକ୍ରମଣ କରିଥିଲା। ତେବେ ସ୍କୁଲରେ ଛାତ୍ରଛାତ୍ରୀମାନେ ପଢ଼ୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି ।
ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟିଲା ବୋଲି ଅଭିଯୋଗ ହୋଇଛି। ସ୍କୁଲରୁ ତୁରନ୍ତ ମହୁମାଛିଙ୍କୁ ଘଉଡ଼ାଇବା ପାଇଁ ଦାବି ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ଗୋପୀନାଥପୁରରେ ଜଣେ ବୃଦ୍ଧା ଓ ଖଜିରା ଗ୍ରାମରେ ଦୁଇ ଜଣ ଯୁବକଙ୍କୁ ମହୁମାଛି ଆକ୍ରମଣ କରିଥିବା ବେଳେ ସମସ୍ତେ ନୀଳଗିରି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023