ଗୁରୁବାର ଠାରୁ ରାଜ୍ୟବାସୀଙ୍କୁ ମିଳିବ ହାଇସ୍ପିଡ ଇଣ୍ଟରନେଟ୍, ଆରମ୍ଭ ହେବ ୫ଜି ସେବା
4/01/2023 at 4:10 PM

ଭୁବନେଶ୍ବର, ୦୪/୦୧: ଦେଶରେ ଆରମ୍ଭ ହୋଇଛି ୫ଜି ସେବା। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ କମ୍ପାନୀ ଗ୍ରାହକଙ୍କୁ ୫ଜି ସେବା ଯୋଗାଇବାରେ ଆଗରେ ରହିଛନ୍ତି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର କିଛି ନିର୍ଦ୍ଧିଷ୍ଟ ସହରରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ଏବେବି ଅନେକ ସହରରେ ଏହି ସେବାର ଲାଭ ଉଠାଇବା ପାଇଁ ଅପେକ୍ଷା କରିଛନ୍ତି ଗ୍ରାହକ।
ଏହାରି ମଧ୍ୟରେ ଓଡ଼ିଶାରେ ୫ଜି ଲଞ୍ଚ ନେଇ ସୂଚନା ଦେଇଛି ଟେଲିକମ୍ ବିଭାଗ। ବିଭାଗ ତରଫରୁ ଏକ ଟ୍ବିଟ୍ରେ ଏନେଇ ସୂଚନା ଦିଆଯାଇଛି। ଟ୍ବିଟ୍ ଅନୁଯାୟୀ, ଆସନ୍ତାକାଲି ଗୁରୁବାର ଭୁବନେଶ୍ବର ଏବଂ କଟକ ସମେତ କିଛି ସହରରେ ୫ଜି ସେବା ଲଞ୍ଚ ହେବ। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସେବାର ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଗ୍ରାମାଞ୍ଚଳରେ ୧୦୦ ୪ଜି ଟାଓ୍ବାରର ମଧ୍ୟ ଶୁଭାରମ୍ଭ କରିବେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଜାନୁଆରୀ ୨୬ ପୂର୍ବରୁ ୫ଜି ସେବା ଲଞ୍ଚ ହେବା ନେଇ ସୂଚନା ଦେଇଥିଲେ।