ନୂଆଦିଲ୍ଲୀ ୦୮/୦୩: ଭାରତରେ ୫ଜି ଲଞ୍ଚ କରିବାକୁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଯୋଜନା କରୁଛନ୍ତି । ୨୦୨୨ ପୂର୍ବରୁ ଭାରତରେ ୫ଜି ଲଞ୍ଚ ହେବା ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଏହା ସମ୍ଭବ ହେବ ଯେତେବେଳେ ସରକାର ସ୍ପେକ୍ଟ୍ରମ ନିଲାମ ପାଇଁ ଆଗକୁ ଆସିବେ।
୫ଜି ଲଞ୍ଚ ହେବ, ନହେବ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଗ୍ଲୋବାଲ ନେଟଓ୍ବର୍କ ଉପରେ ଡାଟା ପ୍ରସ୍ତୁତ କରୁଥିବା Ookla ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତେବେ ଭାରତର ଦୁଇଟି ସହରରେ ୫ଜି ଟାଓ୍ବାର ବସିସାରିଛି। ରିପୋର୍ଟ ମୁତାବକ ଜିଓର ୫ଜି ଟାଓ୍ବାର ମୁମ୍ବାଇରେ ବସିଥିବା ବେଳେ ଏୟାରଟେଲ ୫ଜି ଟାଓ୍ବାର ହାଇଦ୍ରାବାଦରେ ରହିଛି।
ଏହି ଟାଓ୍ବାରକୁ ପ୍ରି ରିଲିଜ୍ କ୍ୟାଟେଗୋରିରେ ରଖାଯାଇଛି। ଓକ୍ଲା ମତରେ ଏହି ଦୁଇ ଟାଓ୍ବାର ଟେଷ୍ଟିଂ ଫେଜ୍ରେ ରହିଥିବା ବେଳେ ଏହାର ବ୍ୟବହାର ଗ୍ରାହକ କରିପାରିବେ ନାହିଁ। କିନ୍ତୁ ଜାନୁଆରୀ ଶେଷ ସପ୍ତାହରେ ଭାରତୀ ଏୟାରଟେଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କମ୍ପାନୀ ୫ଜି ଟେଷ୍ଟିଂ ପୂରା କରିଛି।
ନକଟରେ ଡିଓଟି ସ୍ପେକ୍ଟ୍ରମ ଅକ୍ସନ ୨୦୨୧ ଆୟୋଜନ କରିଥିଲା ଯେଉଁଥିରେ ୭୦୦ MHz ବ୍ୟାଣ୍ଡ ଏବେ ସୁଦ୍ଧା ଅନ୍ସୋଲ୍ଡ ରହିଛି। ତେବେ ଭାରତରେ ୫ଜି ସ୍ପେକ୍ଟ୍ରମର ନିଲାମ କେବେ ହେବ ସେନେଇ ତଥ୍ୟ ମିଳିପାରି ନାହିଁ। କୁହାଯାଉଛି ୫ଜି ପାଇଁ ୮ ମାସ ଅପେକ୍ଷା କରିବାକୁ ପଡ଼ିପାରେ।