ସୋଆ କ୍ୟାମ୍ପସରେ 5G ସେବାର ଶୁଭାରମ୍ଭ, ଭୁବନେଶ୍ୱରରୁ ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | January 05, 2023 IST

ଭୁବନେଶ୍ୱର ୦୫।୦୧ : 4G ରୁ 5G ହେଲା ଓଡ଼ିଶା । ଟେଲି ଯୋଗାଯୋଗ କ୍ଷେତ୍ରରେ ଆରମ୍ଭ ହେଲା ନୂତନ ଯୁଗ। ଗୁରୁବାରଠୁ ଓଡ଼ିଶାରେ ଆରମ୍ଭ ହେଲା 5-G ସେବା । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି । କଟକ ଭୁବନେଶ୍ବର ସମେତ କିଛି ପ୍ରମୁଖ ସହରରେ 5G ସେବା ଆରମ୍ଭ ହୋଇଛି ।

ଭୁବନେଶ୍ବର ଶିକ୍ଷା ଓ ଅନୁସଂଧାନ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ-୨ରେ ବିଧିବଦ୍ଧ ଭାବେ 5G ସେବାର ଲୋକାର୍ପଣ କରାଯାଇଛି । ଏଥିସହ ରାଜ୍ୟର ଉପାନ୍ତ ଅଞ୍ଚଳଳରେ BSNLର ଶହେଟି 4G ଟାୱାର ଲୋକାର୍ପଣ କରାଯାଇଛି । ଏସବୁ ଟାୱାର ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G ସେବା ଆରମ୍ଭ ହୋଇପାରିଥିବା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଡ଼ିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଏହା ବଡ଼ ସୁଯୋଗ ଆଣି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ସୋଆରେ 5G ଲାବ୍ ସ୍ଥାପନ ଲାଗି ସୋଆ ବିଶ୍ବବିଦ୍ୟାଳୟ ଏବଂ ରିଲାୟନ୍ସ ଜିଓ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ୨ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । 5G ମାଧ୍ୟମରେ ଦକ୍ଷତା ବିକାଷ ପାଇଁ STPI ଏବଂ ସୋଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଅବସରରେରେ ଟେଲିକମ୍ ସହ ଜଡ଼ିତ କିଛି ଷ୍ଟାର୍ଟ ଅପ୍ ର ପ୍ରଦର୍ଶନୀ କରାଯାଉଛି ।

ଓଡିଶାରେ ରିଲାୟନ୍ସ ଜିଓ ଏବଂ ଏୟାରଟେଲ ପ୍ରାଥମିକ ଭାବେ 5G ସେବା ଯୋଗାଇବେ। ଏଥିସହିତ ୪୦ ଟି ଷ୍ଟାଟଅପ୍ କମ୍ପାନୀ ଯେଉଁମାନେ ଫାଇଭ୍ ଜି କୁ ନେଇ ନିଜର ବିଜନେସ ଆରମ୍ଭ କରିଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେଉଛି । ଏହି କାର୍ଯ୍ୟକ୍ରମ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ଫାଇଭ୍ ଜି ସେବା ଫଳରେ ଶିଳ୍ପ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.