ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅକ୍ଟୋବର ୧ରେ ଦେଶରେ ଲଞ୍ଚ୍‌ ହେବ ୫ଜି ସେବା, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

24/09/2022 at 3:03 PM

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଦେଶରେ ୫ଜି ସେବା ଅପେକ୍ଷାରେ ଗ୍ରାହକ। ଆଉ ଏହି ଅପେକ୍ଷାର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି। ଦେଶରେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଯାଉଛି ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ। ପ୍ରଗତି ମଇଦାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଅନ୍ୟପକ୍ଷେ ୫ଜି ସେବା ଏବଂ ଏଭିଏସନକୁ ନେଇ ଆମେରିକାରେ  ଉପୁଜିଥିବା ସମସ୍ୟା ଏବଂ ସଂଶୟକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆମେରିକାରେ ଯାହା ବି ସମସ୍ୟା ରହିଛି ତାହା ଭାରତରେ ହେବ ନାହିଁ ବୋଲି ଅଧ୍ୟୟନ ପରେ ନିଜ ବୟାନରେ କହିଛି ଟେଲିକମ ମନ୍ତ୍ରଣାଳୟ। ଆଇଆଇଟିର ଅଧ୍ୟୟନ ଅନୁସାରେ ଗୋପିଂ କାରଣରୁ ଆମେରିକାରେ ହୋଇଥିବା ସମସ୍ୟା ଭାରତରେ ହେବ ନାହିଁ।

ଦେଶରେ ୫ଜି ସେବା ଟେଲିକମ କ୍ଷେତ୍ରରେ ଏକ ବିପ୍ଳବ ସାବ୍ୟସ୍ତ ହୋଇପାରେ। ଦୂରଦୂରାନ୍ତ ଅଞ୍ଚଳରେ ଶିକ୍ଷା ଏବଂ ଜରୁରୀକାଳୀନ ସେବାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସମସ୍ତ ପ୍ରକାରର ସୂଚନା ମିଳିପାରିବ। ସୂଚନା ଆଦାନ ପ୍ରଦାନ ସହଜ ହେବ।

   Related Posts