4G ରୁ 5G ହେବ ଓଡ଼ିଶା : ସୋଆ କ୍ୟାମ୍ପସରେ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 05, 2023 IST

ଭୁବନେଶ୍ୱର ୦୫।୦୧ : 4G ରୁ 5G ହେବ ଓଡ଼ିଶା । ଟେଲି ଯୋଗାଯୋଗ କ୍ଷେତ୍ରରେ ଆରମ୍ଭ ହେବ ନୂତନ ଯୁଗ । ଗୁରୁବାରଠୁ ଓଡ଼ିଶାରେ ଆରମ୍ଭ ହେବ 5-G ସେବା । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯିବ। ଏଥିସହିତ ରାଜ୍ୟର ଉପାନ୍ତ ଅଞ୍ଚଳ ପାଇଁ ଶହେଟି ଫୋର୍ -ଜି ମୋବାଇଲ୍ ଟାୱାର ମଧ୍ୟ ଅର୍ପଣ କରାଯିବ। କଟକ ଭୁବନେଶ୍ବର ସମେତ କିଛି ପ୍ରମୁଖ ସହରରେ 5G ସେବା ଆରମ୍ଭ ହେବ।

ଭୁବନେଶ୍ବର ଶିକ୍ଷା ଓ ଅନୁସଂଧାନ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ ଟୁରେ ବିଧିବଦ୍ଧ ଭାବେ ଏହି ସେବାର ଲୋକାର୍ପଣ କରିବେ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଟେଲିକମ୍ ସହ ଜଡ଼ିତ କିଛି ଷ୍ଟାର୍ଟ ଅପ୍ ର ପ୍ରଦର୍ଶନୀ ମଧ୍ୟ ହେବ । ରିଲାୟନ୍ସ ଜିଓ ଏବଂ ଏୟାରଟେଲ ରାଜ୍ୟରେ ପ୍ରାଥମିକ ଭାବେ 5G ସେବା ଯୋଗାଇବେ। ଉଭୟ କମ୍ପାନି ଆଜି 5Gର ଡେମୋ ଦେଖାଇବେ । ଏଥିସହିତ ୪୦ ଟି ଷ୍ଟାଟଅପ୍ କମ୍ପାନୀ ଯେଉଁମାନେ ଫାଇଭ୍ ଜିକୁ ନେଇ ନିଜର ବିଜନେସ ଆରମ୍ଭ କରିଛନ୍ତି ତାହା ମଧ୍ୟ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମ ତଦାରଖ କରିଛନ୍ତି ବିଏସଏନଏଲ ଓ ଦୂର ସଞ୍ଚାରର ବରିଷ୍ଠ ପଦାଧିକାରୀମାନେ । ଏହି ଲଞ୍ଜିଙ୍ଗ କାର୍ଯ୍ୟକ୍ରମ ୫ ଓ ୬ ତାରିଖ ଦୁଇ ଦିନ ଧରି ଚାଲିବ । ଫାଇଭ୍ ଜି ଚାଲୁ ହେଲେ ଶିଳ୍ପ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ କ୍ଷେତ୍ରରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ନୂଆ କୌଶଳର ପ୍ରୟୋଗ ହୋଇପାରିବ ।

ସେହିପିରି ଆଜି ବିଏସଏନଲ ନିଜର ୧୦୦ଟି 4G ମୋବାଇଲ ଟାୱାର ଓଡ଼ିଶାବାସୀଙ୍କୁ ଉପହାର ଦେବ । ଏହି ଟାୱାରଗୁଡ଼ିକ ଗ୍ରମାଞ୍ଚଳ, ନକ୍ସଲ ପ୍ରବଣ ଅଞ୍ଚଳରେ କାର୍ଯ୍ୟକାରୀ ହେବ । ଆଗାମୀ ବର୍ଷକ ଭିତରେ ଓଡ଼ିଶାରେ ୧୬୫୦ ଟାୱାର ବସିବ । ସ୍ବେଦେଶୀ ଜ୍ଞାନ କୌଶଳରେ ସବୁ ଫୋର ଜି ଟାୱାର ନିର୍ମାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.