ପୁରୀରେ 5T ସଚିବ, ମହାପ୍ରଭୁଙ୍କ ଦର୍ଶନ ସହ ବିଭିନ୍ନ ଉନ୍ନୟନ କାମର କଲେ ସମୀକ୍ଷା
2/04/2023 at 7:59 AM

ପୁରୀ ୦୨।୦୪ : ପୁରୀରେ 5T ସଚିବଙ୍କ ବିଭିନ୍ନ କାର୍ଯ୍ୟର ସମୀକ୍ଷା । 5-T ସଚିବ ଭି.କେ. ପାଣ୍ଡିଆନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଥିଲେ ।
ଶ୍ରୀମନ୍ଦିର ଚାରିପାଖରେ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାମର ଅନୁଧ୍ୟାନ କରିଥିଲେ। ପ୍ରକଳ୍ପ କାମ କିଭଳି ଖୁବ ଶୀଘ୍ର ଶେଷ ହେବ , ସେନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓ.ବି.ସି.ସି. ଓ ଟାଟା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। 5-T ସଚିବ ମାର୍କେଟ ଛକରେ ନିର୍ମାଣ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ କାମର ଅନୁଧ୍ୟାନ କରିଥିଲେ। ଏହାପରେ ପେଣ୍ଠକଟା ଠାରେ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଯାଇ ସେଠାରେ ସମସ୍ତ କାମର ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଓ କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ତେବେ ଷ୍ଟାଡିୟମ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ , ବାକି ସମସ୍ତ କାମ ଖୁବଶୀଘ୍ର ଶେଷ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାମ ଜୋରସୋରରେ ଆଗେଇ ଚାଲିଛି। ତେଣୁ ଏହାର ଅନୁଧ୍ୟାନ ପାଇଁ ବିଭିନ୍ନ ସମୟରେ 5-T ସଚିବ ପୁରୀ ଗସ୍ତରେ ଆସି ସହରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାମର ଅଗ୍ରଗତି ସଂପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।