ରାଜ୍ୟରେ ଚିନ୍ତା ବଢାଇଲା ଇନଫ୍ଲୁଏଞ୍ଜା H3N2 ଭାଇରସ୍, ୨୨୫ରୁ ୫୯ ନମୁନା ପଜିଟିଭ୍
11/03/2023 at 4:49 PM

ଭୁବନେଶ୍ବର ୧୧।୩: କରୋନା ପରେ ଦେଶରେ ଇନଫ୍ଲୁଏଞ୍ଜା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ ଇନଫ୍ଲୁଏଞ୍ଜା H3N2 ଭୂତାଣୁରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଜାନୁୟାରୀ ଓ ଫେବୃଆରୀରେ ୨୨୫ଟି ନମୁନା ସଂଗ୍ରହ ହୋଇଥିଲା । ୨୨୫ଟି ନମୁନା ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଛି ।
ସେପଟେ ଇନ୍ଫ୍ଲୁଏଞ୍ଜା ପାଇଁ ସତର୍କ କରିଛି କେନ୍ଦ୍ର । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟିକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲରେ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ରଖିବାକୁ ପରାମର୍ଶ ଦିଆଯାଇଛି ।