AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

୫୮ ତମ ଜାତୀୟ ଓପନ ଆଥଲେଟିକ୍ ଚାମ୍ପିଅନସିପ୍ ଉଦ୍‌ଯାପିତ

29/09/2018 at 10:13 AM

ଭୁବନେଶ୍ବର ୨୯|୯: କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ୫୮ ତମ ଜାତୀୟ ଓପନ ଆଥଲେଟିକ୍ ଚାମ୍ପିଅନସିପ୍ ଉଦଯାପିତ ହୋଇଛି । ଏହି ଚାମ୍ପିଅନସିପ୍ ରେ ରେଲୱେ ସର୍ଭିସେସ୍ ଏବଂ ଓନଜିସି ଚମତ୍କାର ପ୍ରଦର୍ଶନ କରି ମେଡ଼ାଲ ତାଲିକାରେ ଶୀର୍ଷରେ ରହିଛନ୍ତି । ଚାରିଦିନିଆ ଚାମ୍ପିଅନସିପ୍ ରେ ୪ଟି ମିଟ୍ ରେକର୍ଡ଼ ସହ ଦୁଇଟି ନାସନାଲ ରେକର୍ଡ଼ ସ୍ଥାପନ କରିଥିଲେ ଆଥଲେଟ୍ । ଲଙ୍ଗ୍ ଜମ୍ପର କେରଳର ଶ୍ରୀ ଶଙ୍କର ୮ ଦଶମିକ ୧୯ ମିଟର ଜାତୀୟ ରେକର୍ଡ଼କୁ ବ୍ରେକ କରି ୮ ଦଶମିକ ୨୦ ମିଟର ଡ଼େଇଁଥିଲେ । ସେହିପରି ୩ ହଜାର ମିଟର ପୁରୁଷ ବିଭ।ଗରେ ଟ୍ରିପଲଚେସ ବିଭାଗରେ ସାମ୍ବେଲ ଅବିନାଶ ୩୭ ବର୍ଷର ରେକର୍ଡ଼ କୁ ଭାଙ୍ଗି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ଶହେ ଦୁଇଶହ ମିଟରରେ ଡ଼ବଲ ଗେ।ଲଡ଼ ହାସଲ କରିଛନ୍ତି ସର୍ଭୀଶେଷ ର ସଞ୍ଜିତ୍ । ଏହି ଚାରିଦିନିଆ ଓପନ ଆଥଲେଟିକ୍ ଚାମ୍ପିଅନସିପ୍ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯେ।ଗ ଦେଇ ଖେଳାଳୀଙ୍କ ଉଦ୍ୟମଙ୍କୁ ପ୍ରଶଂସା କରିଥିଲେ । ମେଡ଼ାଲିଷ୍ଟ ମାନଙ୍କୁ ଅର୍ଥ ରାଶି ସହ ଏସିଆନ କ୍ରୀଡ଼ାରେ ମେଡ଼ାଲ ବିଜେତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

   Related Posts