ଧାନ ବୋଝେଇ ଗାଡିକୁ ୫୮ ହଜାର ଟଙ୍କା ଫାଇନ୍

Published By : Prameya-News7 Bureau | January 23, 2020 IST

ଭଦ୍ରକ ୨୩/୧: ଧାନ ବୋଝେଇ ଗାଡିକୁ ୫୮ ହଜାର ଟଙ୍କା  ଫାଇନ୍ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ନିଶ୍ଚନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଏକ ଧାନ ବୋଝେଇ ଗାଡିକୁ ୫୮ ହଜାର ୪୦ ଟଙ୍କା ଫାଇନ୍ ହୋଇଛି । ଚାଳକଙ୍କ ଲାଇସେନ୍ସ ନଥିବା, ଓଭର ଲୋଡିଂ କରିବା, ପଲ୍ୟୁସନ ସାର୍ଟିଫିକେଟ୍ ନଥିବା ଏବଂ ବିନା ପରମିଟ୍ ରେ ଗାଡି ଚାଲୁଥିବାରୁ କଟିଛି ଚାଲାଣ । ତିହିଡି ଗାଁ ଦେଇ ଗାଡିଟି ଫେରୁଥିବା ବେଳେ  ଓଭର ଲୋଡିଂ ପାଇଁ ବିରୋଧ ହୋଇ ଆସୁଥିଲା ।

{"id":214997,"sizeSlug":"large"}

ଅନ୍ୟପଟେ ସମିତି ପକ୍ଷରୁ ଚାଷୀଙ୍କ ଠାରୁ ଧାନ କ୍ରୟ କରି ଏହି ଟ୍ରକ୍ ଯୋଗେ ମିଲକୁ ଯାଉଥିବା ବେଳେ ଗାଡି ଅଟକାଇ ଚାନ୍ଦା ମାଗିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ଅଭିଯୁକ୍ତ ହେଉଛନ୍ତି ମିର୍ଜାପୁର ଗାଁର ଦାମୋଦର ବେହେରାଙ୍କ ପୁଅ ନିର୍ମଳ ବେହେରା । ଏହି ସମିତି ପକ୍ଷରୁ ବିଭିନ୍ନ ଚାଷୀଙ୍କ ଠାରୁ ୨ ଶହ କ୍ୱିଣ୍ଟାଲ ଧାନ କ୍ରୟ କରି ଏକ ଟ୍ରକରେ ବୋଝେଇ କରି ସମ୍ବଲପୁର ଭେଙ୍କେଟେଶ୍ୱର ରାଇସ ମିଲକୁ ଯାଉଥିଲା । ଗାଡି ତିହିଡି ବଜାର ଉପରେ ନିର୍ମଳ ବେହେରାଙ୍କ ସହିତ ଅନ୍ୟ ୪ ଜଣ ବ୍ୟକ୍ତି ଅଟକାଇ ଚାଳକଙ୍କୁ ଚାନ୍ଦା ମାଗିଥିଲେ । ଏମଭିଆଇ ଚଢ଼ାଉ କରିଥିବା ବେଳେ ଗାଡି ଜବତ କରିବା ସହ ଏପରି ଫାଇନ୍ ଆଦାୟ କରିଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.