ଇରାନ୍‌ରେ କରୋନା ସ୍ଥିତି ସାଂଘାତିକ : ୨୩୭ ଟପିଲାଣି ମୃତ୍ୟୁ ସଂଖ୍ୟା, ୫୮ଭାରତୀୟଙ୍କୁ ନେଇ ଫେରିଲା ବାୟୁସେନା ବିମାନ

Published By : Prameya-News7 Bureau | March 10, 2020 IST

ଗାଜିଆବାଦ ୧୦।୦୩: ଚୀନ୍‌ ପରେ ଇରାନ୍‌ରେ କରୋନାର ତାଣ୍ଡବ ଜାରି ରହିଛି । ଇରାନ୍‌ରେ କରୋନା ଭୂତାଣୁ ଯୋଗୁଁ  ୨୩୭ଜଣଙ୍କ ମୃତ୍ୟୁ ହୋଇସାରିଛି । ଇରାନ୍‌ରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଇରାନରୁ ଫେରିଛନ୍ତି ୫୮ଜଣ ଭାରତୀୟ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଆଇଏଏଫ୍ ସି-୧୭ ଗ୍ଲୋବାମାଷ୍ଟର ଯୋଗେ ଇରାନରୁ ଫେରିଛନ୍ତି  ୫୮ ଜଣ ଭାରତୀୟ  ।

wp:core-embed/twitter {"url":"https://twitter.com/ANI/status/1237232627590909953","type":"rich","providerNameSlug":"twitter","className":""}
https://twitter.com/ANI/status/1237232627590909953
/wp:core-embed/twitter

ଇରାନର ରାଜଧାନୀ ତେହେରାନରୁ ଏମାନଙ୍କୁ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗାଜିଆବାଦସ୍ଥିତ ଭାରତୀୟ ବାୟୁସେନାର ହିଣ୍ଡନ୍ ଏୟାରବେସରେ ଅବତରଣ କରିଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ।ଶନିବାର ରାତି ୮ଟାରେ ଇରାନ୍ ଅଭିମୁଖେ ବାହାରିଥିଲା ଭାରତୀୟ ବାୟୁସେନାର ଏହି ସ୍ବତନ୍ତ୍ର ବିମାନ । ପ୍ରଥମ ଦଫାରେ ୫୮ ଜଣଙ୍କୁ ଅଣାଯାଇଛି । ପୁଣି ଥରେ ବିମାନ ପଠାଇ ଅବଶିଷ୍ଟ ଭାରତୀୟଙ୍କୁ ଅଣାଯିବାର ଯୋଜନା ରହିଛି ବୋଲି ଜଣାପଡିଛି ।

wp:core-embed/twitter {"url":"https://twitter.com/ANI/status/1237236037845282816","type":"rich","providerNameSlug":"twitter","className":""}
https://twitter.com/ANI/status/1237236037845282816
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.