ଇଟାଲୀ ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୫୮କୁ ବୃଦ୍ଧି; ପ୍ରବାସୀଙ୍କ ପାଇଁ ବିପଦ ଭୂମଧ୍ୟସାଗର ଜଳପଥ
27/02/2023 at 8:45 AM

ରୋମ: ଇଟାଲୀ ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୫୮କୁ ବୃଦ୍ଧି ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି। ଦକ୍ଷିଣ ଇଟାଲୀ ରାଜ୍ୟ କାଲବ୍ରିଆର ଉପକୂଳ ସହର କ୍ରୋଟୋନ ନିକଟ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିଲା। ଉଚ୍ଚ ସମୁଦ୍ର ଜୁଆର ଯୋଗୁ ଭାରସାମ୍ୟ ହରାଇ ପଥରରେ ମାଡ଼ ହୋଇ ଡଙ୍ଗାଟି ବୁଡ଼ିଯାଇଥିଲା। ଫବ୍ରୁଆରୀ ୨୬ ତାରିଖରେ ଏହି ଦୁର୍ଘଟଣା ଘଟିଛି।

ଏହି ବୋଟ୍ରେ ପାଖପାଖି ୧୨୦ ଯାତ୍ରୀ ଆସୁଥିଲେ। ଡଙ୍ଗାଟି ଆବଶ୍ୟକତା ଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ। ପାଗ ଖରାପ ଯୋଗୁ ଡଙ୍ଗାଟି ଭାରାସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି କାଲବ୍ରିୟା ଅଗ୍ନିଶମ ବାହିନୀ ପ୍ରବକ୍ତା ଡାନିଲୋ ମାଇଦା କହିଛନ୍ତି। ତେବେ ଅଗ୍ନିସମ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ମିଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜେଟ୍ ସ୍କି ବ୍ୟବହାର କରି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପାଗ ଖରାପ ଯୋଗୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି ମାଇଦା କହିଛନ୍ତି।

ସୂଚନା ଅନୁସାରେ ଏହି ଡଙ୍ଗାରେ ଇରାନ, ପାକିସ୍ତାନ ଓ ଆଫଗାନିସ୍ତାନର ପ୍ରବାସୀମାନେ ଆସୁଥିଲେ। ଖରାପ ଯୋଗୁ ଏହା ଏକ ପଥର ସହ ମାଡ଼ ଡଙ୍ଗାଟି ବାଙ୍ଗିଯିବା ପରେ ଏହା ବୁଡିଯାଇଥିଲା ଏଡନକ୍ରୋନୋସ ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି। ବୋଟ୍ଟି ଟୁକୁଡ଼ାରେ ଟୁକୁଡ଼ାରେ ଭାଙ୍ଗିଯାଇଥିବା ଭିଡିଓରେ ଦେଖାଯାଉଛି।

ଏହି ଡଙ୍ଗାରେ ମାନବ ତସ୍କିରୀ ହେଉଥିଲା ବୋଲି ଅଭିଯୋଗ କରି ଇଟାଲୀ ଇଣ୍ଟେରିୟର ମିନିଷ୍ଟର ମେଟ୍ଟିଓ ପିଆଣ୍ଟେଡୋସୀ କହିଛନ୍ତି “ ଏଭଳି ଦୁଃଖଦ ଘଟଣା। ମାନବ ତସ୍କରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରୁଛି। ପ୍ରବାସୀମାନଙ୍କୁ ୟୁରୋପରେ ଭଲ ଜୀବନର ଲୋଭ ଦେଖାଇ ସମୁଦ୍ର ପଥ ଦେଇ ଯେଉଁ ଅଣାଯାଉଛି ତାକୁ ରୋକିବା ଦରକାର।”
ସେହିପରି ଗତକାଲି ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ। ମାନବ ତସ୍କୀର ପାଇଁ ଏହି ସମସ୍ୟା ଦେଖାଯାଉଛି। ତେଣୁ ସମୁଦ୍ରପଥରେ ପ୍ରବାସୀମାନଙ୍କର ଏଭଳି ବିପଦପୂର୍ଣ୍ଣ ଯାତ୍ରାକୁ ରୋକିବେ ବୋଲି ସେ ଶପଥ ନେଇଛନ୍ତି।

ସୂଚନା ଅନୁସାରେ ୟୁରୋପରେ ପ୍ରବେଶ କରିବା ପାଇଁ ଅନେକ ପ୍ରବାସୀ ସମୁଦ୍ର ଦେଇ ଇଟାଲିରେ ପ୍ରବେଶ କରନ୍ତି। ଦ୍ୱୀ ଦେଶରେ ପ୍ରବେଳ କରିବା ପାଇଁ ପ୍ରବାସୀମାନେ ସାଧାରଣତଃ କେନ୍ଦ୍ରୀୟ ଭୂମଧ୍ୟସାଗର ମାର୍ଗ ବ୍ୟବହାର କରନ୍ତିଯ। ଯାହା ଆଦୌ ସୁରକ୍ଷିତ ନୁହେଁ।
୨୦୧୪ ଠାରୁ ୨୦ ହଜାରରୁ ଅଧିକ ଲୋକ ଏହି ଜଳପଥରେ ମୃତ୍ୟୁ କିମ୍ବା ନିଖୋଜ ହୋଇଛନ୍ତି। ଅନ୍ତର୍ଜାତୀୟ ମାଇଗ୍ରାଣ୍ଟ ମିସିଂ ମାଇଗ୍ରାଣ୍ଟ ପ୍ରୋଜେକ୍ଟ ଏହି ରିପୋର୍ଟ ଦେଇଛି।