କମୁଛି ସଂକ୍ରମଣ ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୫୭୦ ସଂକ୍ରମିତ

Published By : Prameya-News7 Bureau | December 06, 2020 IST

ଭୁବନେଶ୍ଵର ୦୫।୧୨: ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଯାହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର। କାରଣ ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବା ସଭିଙ୍କ ଚିନ୍ତାକୁ ହ୍ରାସ କରିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୫, ୮୪୦କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ରବିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଅନୁଗୁଳରୁ ସର୍ବାଧିକ ୭୮ ଜଣ ସୁସ୍ଥ ହୋଇଛନ୍ତି। ଏହି ପରି କଟକରୁ ୫୪, ମୟୂରଭଞ୍ଜରୁ ୫୧, ସୁନ୍ଦରଗଡରୁ ୪୩, ବଲାଙ୍ଗୀରରୁ ୪୧, ଖୋର୍ଦ୍ଧାରୁ ୪୦, ପୁରୀରୁ ୩୭, ବାଲେଶ୍ଵରରୁ ୩୪, କଳାହାଣ୍ଡିରୁ ୨୪, ଜଗତସିଂହପୁରରୁ ୨୦, ଯାଜପୁରରୁ ୧୮, ନୂଆପଡାରୁ ୧୭, ବରଗଡରୁ ୧୪, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୧୨, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୭, ନବରଙ୍ଗପୁରରୁ ୬, ରାୟଗଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ନୟାଗଡରୁ ୨,  ବୌଦ୍ଧରୁ ୧ ଓ ମାଲକାନଗିରିରୁ ୧ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୧୧୯୬କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୭୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.