ପାଟଣାଗଡ, ୧୨/୧୨: ପାଟଣାଗଡ ଏନଏସିର ବିଭିନ୍ନ ୱାର୍ଡରେ ଦୀର୍ଘ ବର୍ଷ ହେଲା ଜବରଦଖଲ କରି ୫୬୧ଟି ପରିବାର ରହି ଆସୁଛନ୍ତି । ପ୍ରଶାସନର ଉଚ୍ଛେଦକୁ ନେଇ ଚିନ୍ତାରେ ଜବରଦଖଲ କରିଥିବା ପରିବାର । ସହରର ବିଭିନ୍ନ ୱାର୍ଡରେ ୫୬୧ ପରିବାର ଦୀର୍ଘ ବର୍ଷ ହେଲା ଜବରଦଖଲ କରିଥିବା ପରିବାରକୁ ଉଚ୍ଛେଦ କରିବା ପାଇଁ କିଛିଦିନ ତଳେ ନୋଟିସ ଦିଆଯାଇଥିଲା। କିନ୍ତୁ ଦୀର୍ଘ ବର୍ଷ ରହି ଆସୁଥିବା ପରିବାରମାନଙ୍କୁ ଥଇଥାନ ନକରି ୭ ଦିନ ମଧ୍ୟରେ ଘର ନଛାଡିଲେ ବୁଲଡୋଜର ବୁଲିବ ବୋଲି ଏନଏସି କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ।
ଏବେ ସହରର ଏହି ପରିବାରଙ୍କୁ ଥଇଥାନ ନକରି ଉଚ୍ଛେଦ କରୁଥିବାରୁ ଆଜି ବସ୍ତି ବାସିନ୍ଦା ସୁରକ୍ଷାମଞ୍ଚର ଅବାହକ ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ । ଶତାଧିକ ପୁରୁଷ ଓ ମହିଳା ହୀରାସାଗରେନ ମନ୍ଦିର ଠାରୁ ଏକ ରେଲିରେ ବାହାରି ମୁଖ୍ୟ ରାସ୍ତାରେ ଯାଇ ଉପଜିଲ୍ଲାପାଳ, ତହସିଲ ଅଫିସ ଓ ଏନଏସି ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣାରେ ବସି ଆମକୁ ପ୍ରଥମେ ଥଇଥାନ କରାଯାଉ ବୋଲି ବିଭିନ୍ନ ନାରାବାଜି ଦେଇଥିଲେ ।
ପରେ ସହକାରୀ ଜିଲ୍ଲାପାଳ ଆସି ଆନ୍ଦୋଳନକାରୀଙ୍କ ସହ ବୁଝାସୁଝା ପରେ ଏକ ଦାବିପତ୍ର ଦେଇଥିଲେ। ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରି ଥିଲେ ।