ପଦ୍ମନାଭ ସ୍ୱାମୀ ମନ୍ଦିରରେ ଆରମ୍ଭ ହେଲା ‘ମୁରାଜପମ’, ସମ୍ପୂର୍ଣ୍ଣ ରିତିନୀତିରେ ହେବ ୫୬ ଦିନ ପୂଜା
22/11/2019 at 10:51 PM

ତିରୁଅବନ୍ତୀପୁରମ : କେରଳର ତିରୁଅବନ୍ତୀପୁରମସ୍ଥିତ ପ୍ରଶିଦ୍ଧ ପଦ୍ମନାଭ ସ୍ୱାମୀ ମନ୍ଦିରରେ ‘ମୁରାଜପମ’ ଆରମ୍ଭ ହୋଇଛି। ୬ ବର୍ଷରେ ଥରେ ହେଉଥିବା ଏହି ସ୍ୱତନ୍ତ୍ର ପୂଜା ୫୬ଦିନ ବ୍ୟାପୀ ଚାଲିବ। ଆସନ୍ତା ଜାନୁୟାରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ବିଶେଷ ପୂଜାନୀତି ଉଦଯାପିତ ହେବ। ସେତେଦିନ ପର୍ଯ୍ୟନ୍ତ ମନ୍ଦିରରେ ୟୋଗଶେମା ଓ ବ୍ରାହ୍ମଣ ସଭାର ପ୍ରତିନିଧିମାନେ ପ୍ରତ୍ୟହ ଋଗ, ଶାମ ଓ ଯଜୁର୍ବେଦର ପଙକ୍ତି ପାଠ କରିବେ। ଏଥିରେ ସେମାନଙ୍କ ସହ ଶୃଙ୍ଗେରୀ, ପେଜାବର ଓ କାଞ୍ଚିପୁରମର ୨ଶହରୁ ଊର୍ଦ୍ଧ୍ୱ ବିଦ୍ୱାନ ମଧ୍ୟ ଅଂଶଗ୍ରହଣ କରିବେ।

ଭାରତର ଧନି ମନ୍ଦିରମାନଙ୍କ ମଧ୍ୟରେ କେରଳର ପଦ୍ମନାଭ ମନ୍ଦିର ଅନ୍ୟତମ। ଅଷ୍ଟାଦଶ ଶତାବ୍ଦୀରେ ତ୍ରାବଣକୋରର ତତ୍କାଳୀନ ରାଜା ମାର୍ତଣ୍ଡ ବର୍ମା ଏହି ବିଶେ। ପୂଜାର ଆୟୋଜନ କରିଥିଲେ। ଏଥିରେ ପଦ୍ମନାଭ ତୀର୍ଥ ପୁଷ୍କରିଣୀ ଆଲୋକରେ ସଜ୍ଜିତ ହୋଇଥିବା ବେଳେ ବୈଦଜ୍ଞ ବ୍ରାହ୍ମଣମାନେ ପୁଷ୍କରିଣୀ ପାଣିରେ ରହି ଜଳଜପ କରିଥିଲେ।

ପଦ୍ମନାଭ ସ୍ୱାମୀ ଏକ ବିଷ୍ଣୁମନ୍ଦିର ହୋଇଥିବା ବେଳେ ଭାରତର ସର୍ବପ୍ରାଚୀନ ମନ୍ଦିର ବୋଲି କୁହାଯାଉଛି। ଏହିଠାରେ ହିଁ ପ୍ରଥମେ ବିଷ୍ଣୁଙ୍କର ପ୍ରତିମା ମିଳିଥିଲା। ଏଣୁ ମନ୍ଦିର ସ୍ଥାପନା କରାଯାଇଥିବା ବେଳେ ଶ୍ରୀବିଷ୍ଣୁଙ୍କର ଅନନ୍ତ ଶୟନ ପ୍ରତିମାର ପୂଜନ ହେଉଛି। ଏଠାରେ ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଗି ଦେଶ ଓ ବିଦେଶରୁ ଭକ୍ତଙ୍କ ଭିଡ ବର୍ଷତମାମ ଲାଗି ରହିଥାଏ।