ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନସୁଗାର ଜବତ : ମହିଳାଙ୍କ ସମେତ ୨ ଗିରଫ, ୩୪ ଲକ୍ଷ ଟଙ୍କା ଜବତ

Published By : Prameya-News7 Bureau | July 14, 2021 IST

ଭୁବନେଶ୍ବର ୧୪।୭: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ସହିଦନଗର ପୋଲିସ ପଞ୍ଝାରେ ପଡିଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଏହି ଦୁଇ ବେପାରୀଙ୍କଠୁ ୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାସହ ୩୪ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ କାର, ବାଇକ ମଧ୍ୟ ଜବତ କରାଯାଇଛି ।

{"id":480374,"sizeSlug":"large","linkDestination":"none"}

ସହିଦନଗର ପୋଲିସ ସ୍ପେଶାଲ ସ୍କ୍ବାର୍ଡ ଦ୍ବାରା ଚଢାଉ ବେଳେ ଧରାପଡିଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଏହି ରାକେଟ୍ ର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ୍ ଖସିଯାଇଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଜଣେ ମହିଳା ଥିବା ଜଣାପଡିଛି । ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଏହି ରାକେଟ୍ ର ଲିଙ୍କ୍ ଖୋଜୁଛି ପୋଲିସ । ଏହି ରାକେଟ୍ ପଛରେ ଜଳେଶ୍ବର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.