ମଧ୍ୟପ୍ରଦେଶ ଶିକ୍ଷକ ନିଯୁକ୍ତି ପରୀକ୍ଷାପତ୍ର ଲିକ୍ ଘଟଣା: ୫୫ ଜଣଙ୍କୁ ଗିରଫ କଲା ପୁଲିସ୍
26/12/2022 at 7:36 AM

ଉଦୟପୁର: ରାଜସ୍ଥାନ ସେକେଣ୍ଡ ଗ୍ରେଡ୍ ଶିକ୍ଷକ ନିଯୁକ୍ତି ପରୀକ୍ଷା ପେପର ଲିକ୍ ହେବା ଘଟଣାରେ ୫୫ ଜଣଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ରବିବାର(ଡିସେମ୍ବର ୨୫)ମାଷ୍ଟରମାଇଣ୍ଡ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦୟପୁର ପୁଲିସ।
ଉଦୟପୁର ଏସ୍ପି ବିକାଶ ଶର୍ମାଙ୍କୁ ମିଳିଥିବା ସୂଚନା ଅନୁସାରେ ଏମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଟଙ୍କା ନେଇ ପ୍ରାର୍ଥୀଙ୍କୁ ପ୍ରଶ୍ନପତ୍ର ଦେଉଥିଲେ। ପୁଲିସର ସୂଚନା ଅନୁସାରେ, ଏଥିରେ ପୂରା ଏକ ଗ୍ୟାଙ୍ଗ କାମ କରୁଥିଲା।
ପରୀକ୍ଷା ପୂର୍ବରୁ ଏହି ଗ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ଏକ ବସ୍ରେ ନେଇ ଉଦୟପୁରରେ ଛାଡ଼ିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ବି ଯୋଗାଇ ଦେଉଥିଲା। ଖବର ପାଇବା ପରେ ପୁଲିସ ମଧ୍ୟ ସେହି ଅନୁସାରେ ନିଜର ଯୋଜନା କରି ଅପରାଧିମାନଙ୍କୁ ଧରିବାର ସକ୍ଷମ ହୋଇଥିଲା।
ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନ (RPSC) ଏହି ପରୀକ୍ଷାକୁ ଆୟୋଜନ କରୁଥିଲା। ହେଲେ ଶନିବାର ସକାଳେ ପେପର୍ ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ଦ୍ୱିତୀୟ ଗ୍ରେଡ୍ ଶିକ୍ଷକ ନିଯୁକ୍ତି ପରୀକ୍ଷାକୁ RPSC କ୍ୟାନସଲ କରିଦେଇଛି। ତେବେ ପରୀକ୍ଷା କ୍ୟାନସଲ ହେବା ପୂର୍ବରୁ ପରୀକ୍ଷା ପେପର ସୋସିଆଲ୍ ମିଡିଆରେ ଲିକ୍ ହୋଇସାରିଥିଲା। ଶନିବାର ସକାଳ ୯ରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା।