LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ : ଗତ ୨୪ ଘଣ୍ଟାରେ ୫ଶହ ଟପିଲା ଦୈନିକ ସଂକ୍ରମଣ, ଜଣଙ୍କର ମୃତ୍ୟୁ

26/04/2023 at 1:25 PM

ଭୁବନେଶ୍ବର ୨୬।୪: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ୩୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେପଟେ ରାଜ୍ୟର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ ରାଜ୍ୟରେ ବଢୁଥିବା ଓମିକ୍ରନ୍ ସଂକ୍ରମଣ XBB.1.16 ଭାରିଏଣ୍ଟ ଯୋଗୁଁ ବଢୁଛି । ସାର୍ସ କୋଭିଡ୍ ଜେନୋମିକ୍ସ କନସୋର୍ଟିୟମ୍-INSACOG ପକ୍ଷରୁ ସୂଚନା ଦିଆଯାଇଛି ଯେ, ଭୁବନେଶ୍ବରରେ ଥିବା ଲ୍ୟାବ୍ ଦ୍ବାରା ଜିନମ୍ ସିକ୍ବେନ୍ସିଂରେ ଦ୍ବାରା ଏହାକୁ ଚିହ୍ନଟ କରାଯାଇଛି । ଓଡ଼ିଶାରେ XBB.2.3 ଭାରିଏଣ୍ଟର ଗୋଟିଏ ନମୁନା ଏବଂ ଏହାର ଅତିରିକ୍ତ ମ୍ୟୁଟେସନ୍ ହୋଇଥିବା XBB.2.3.2ର ୨ଟି ନମୁନା ଚିହ୍ନଟ ହୋଇଛି ।

ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ୭୭ଟି ନମୁନାରୁ ୩୪ଟି କେସ୍ ରେ XBB.1.16 ଏବଂ ଏହାର ମ୍ୟୁଟେସନ୍ ହୋଇଥିବା XBB.1.16.1ର ଗୋଟିଏ ଚିହ୍ନଟ ହୋଇଛି । ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ -ILS ଏବଂ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର-RMRC ପକ୍ଷରୁ କରାଯାଇଥିବା ଜିନମ୍ ସିକ୍ବେନ୍ସିଂ ଦ୍ବାରା ଏହାକୁ ଚିହ୍ନଟ କରାଯାଇଛି ।

   Related Posts