ରକ୍ତର ନଦୀ ବୁହାଇଲେ ବନ୍ଧୁକଧାରୀ, ଜମି ବିବାଦକୁ ନେଇ ୫୨ ଗାଁଲୋକଙ୍କୁ କଲେ ହତ୍ୟା

Published By : Prameya-News7 Bureau | January 29, 2024 IST

ନୂଆଦିଲ୍ଲୀ: ଆଫ୍ରିକାର ଏକ ବିବାଦୀୟ ଅଞ୍ଚଳରେ ଥିବା ଏକ ଗାଁ ଉପରେ ଆକ୍ରମଣ କରି ରକ୍ତର ନଦୀ ବୁହାଇଲେ ବନ୍ଧୁକଧାରୀ। ଅବୈଇ ସୁଦାନ ଏବଂ ଦକ୍ଷିଣ ସୁଦାନ ଏଭଳି ଘଟଣା ବିଭତ୍ସ ଘଟିଥିବା ଦାବି କରିଛନ୍ତି। ଏହା ଏକ ତୈଳ ସମୃଦ୍ଧ ଅଞ୍ଚଳ। ନିହତମାନଙ୍କ ମଧ୍ୟରେ ମିଳିତ ଜାତିସଂଘର ଶାନ୍ତିଦୂତ ମଧ୍ୟ ଅଛନ୍ତି।

ଶନିବାର ସନ୍ଧ୍ୟାରେ ଏହି ଆକ୍ରମଣ କରାଯାଇଥିଲା। ଏହା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଆକ୍ରମଣର କାରଣ ଏକ ଜମି ବିବାଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଅଞ୍ଚଳରେ ଜାତିଗତ ହିଂସା ଚରମସୀମାରେ ପହଞ୍ଚିଛି। ପଡୋଶୀ ୱାରାପ୍ ପ୍ରଦେଶର ଟ୍ୱିକ୍ ଡିଙ୍କା ଆଦିବାସୀ ସୀମାରେ ଅବସ୍ଥିତ ଅନୀତ୍ ଅଞ୍ଚଳ ଉପରେ ଅବିୟର ନଗୋକ ଡିଙ୍କାଙ୍କ ସହ ଏକ ଜମି ବିବାଦ ଲାଗି ରହିଛି। ଅବୈଇର ସୂଚନା ମନ୍ତ୍ରୀ ବୁଲିସ କୋଚ କହିଛନ୍ତି ଯେ ଶନିବାରର ହିଂସାକାଣ୍ଡରେ ଆକ୍ରମଣକାରୀମାନେ ନୁର ଜନଜାତିର ସଶସ୍ତ୍ର ଯୁବକ ଥିଲେ। ଗତ ବର୍ଷ ନିଜ ଅଞ୍ଚଳରେ ବନ୍ୟା ହେତୁ ସେମାନେ ୱାରାପ ରାଜ୍ୟକୁ ଚାଲିଯାଇଥିଲେ।

ମିଳିତ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବାହିନୀ (UNISFA) ଏହି ହିଂସାକୁ ନିନ୍ଦା କରିଛି। ୟୁନିସେଫା ନିଶ୍ଚିତ କରିଛି ଯେ ନାଇଙ୍କୁଆକ୍, ମଜବଙ୍ଗ ଏବଂ ଖାଡିଆନ୍ ଅଞ୍ଚଳରେ ଆନ୍ତଃସାମ୍ପ୍ରଦାୟିକ ସଂଘର୍ଷ ଘଟିଛି, ଏଥିରେ ଆହତ ହୋଇଛନ୍ତି। ୟୁନିସେଫା ବେସ୍‌କୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଗୋକରେ ଥିବା ୟୁନିସେଫା ବେସକୁ ଏକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣ କରିଥିଲା। ଦୁଃଖର ବିଷୟ ଜଣେ ଘାନା ଶାନ୍ତିଦୂତଙ୍କୁ ହତ୍ୟା କରାଯାଇଛି।

ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ସୁଦାନ ଏବଂ ଦକ୍ଷିଣ ସୁଦାନ ମଧ୍ୟରେ ବିବାଦ ଲାଗି ରହିଛି। ୨୦୦୫ ଶାନ୍ତି ଚୁକ୍ତି ସୁଦାନର ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଗୃହଯୁଦ୍ଧ ଶେଷ ହୋଇଥିଲା। ଏହା ପରେ, ୨୦୧୧ରେ ସୁଦାନ ଏବଂ ଦକ୍ଷିଣ ସୁଦାନ ଦୁଇଟି ଦେଶ ହେଲା। ତେବେ ଅବୈଇ ଅଞ୍ଚଳକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁଦାନ ଏବଂ ଦକ୍ଷିଣ ସୁଦାନ ଅବୈଇକୁ ନିଜର ବୋଲି ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.