ଭୁବନେଶ୍ବରରୁ ପୁଣି ୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
30/08/2020 at 8:51 PM

ଭୁବନେଶ୍ୱର୩୦/୮: ଭୁବନେଶ୍ୱରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉବାରେ ଲାଗିଛି। ପ୍ରତିଦିନ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରବିବାର ଭୁବନେଶ୍ୱରରୁ ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହାସହ ଆଜି ୨୯୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୦୦୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦୬୧ ଜଣ ସୁସ୍ଥ ହୋଇଛନ୍ତି ଓ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୯୧୦ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।