'ମେରା ନାମ୍ ଜୋକର'କୁ ୫୧ ବର୍ଷ: ଫିଲ୍ମ ନିର୍ମାଣ ପରେ ରାଜ କପୁରଙ୍କୁ ଲାଗିଥିଲା ଶକ୍ତ ଧକ୍କା, ବନ୍ଧା ରଖିବାକୁ ପଡିଥିଲା ଘର

Published By : Prameya-News7 Bureau | December 18, 2021 IST

ମୁମ୍ବାଇ ୧୮/୧୨ : ଫିଲ୍ମ ଇଣ୍ଡଷ୍ଟ୍ରିର ଶୋ' ମ୍ୟାନ ରାଜ କପୁରଙ୍କ ମେଗା କ୍ଲାସିକ ଫିଲ୍ମ 'ମେରା ନାମ ଜୋକର' ୧୯୭୦ ଡିସେମ୍ବର ୧୮ ରେ ରିଲିଜ ହୋଇଥିଲା। ଫିଲ୍ମରେ ଅନେକ ବରିଷ୍ଠ କଳାକାର କାମ କରିଥିଲେ। ଧର୍ମେନ୍ଦ୍ର, ମନୋଜ କୁମାର, ଦାରା ସିଂହ, ଋଷି କପୁର, ସିମି ଗରେୱାଲଙ୍କ ଭଳି କଳାକାର କାମ କରିଥିଲେ। ଫିଲ୍ମ ସହ ଜଡିତ କିଛି ଅଜଣା କଥା ଜାଣିବା।

{"id":561481,"width":719,"height":404,"sizeSlug":"full","linkDestination":"none"}

ଫିଲ୍ମ ମେରା ନାମ ଜୋକର ସହ ଅନେକ କୀର୍ତ୍ତିମାନ ଜଡିତ। ରାଜ କପୁର ଏମିତି ଜଣେ କଳାକାର ଓ ଫିଲ୍ମ ନିର୍ମାତା ଯିଏ କିଛି ନୂଆ କରିବାକୁ ନିଷ୍ପତ୍ତି ନେଉଥିଲେ ତାକୁ ପୁରା କରିବାକୁ ଦିନ ରାତି ଏକ କରିଦେଉଥିଲେ। ଏହି ଫିଲ୍ମ ନିର୍ମାଣ କରିବାକୁ ୬ ବର୍ଷ ସମୟ ଲାଗିଥିଲା। ଫିଲ୍ମ ନିର୍ମାଣ କରିବାକୁ ରାଜ କପୁର ସବୁକିଛି ବାଜି ଲଗେଇ ଦେଇଥିଲେ। ଫିଲ୍ମରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ଯେ ରାଜ କପୁରଙ୍କୁ ନିଜ ଘର ବନ୍ଧା ପକାଇଥିଲା।

{"id":561487,"sizeSlug":"full","linkDestination":"none"}

ଫିଲ୍ମକୁ ନେଇ ରାଜ କପୁରଙ୍କ ବହୁତ ଆଶା ଥିଲା। କିନ୍ତୁ ୫୧ ବର୍ଷ ପୂର୍ବେ ଯେତେବେଳେ ଏହି ଫିଲ୍ମ ରିଲିଜ ହେଲା ରାଜ କପୁରଙ୍କ ସବୁ ଆଶା ମଉଳି ଗଲା। କାରଣ ଫିଲ୍ମଟି ଫ୍ଲପ ହୋଇଯାଇଥିଲା। ରାଜ କପୁର କେବେ ଭାବିନଥିଲେ ଯେ ଏତେ ପରିଶ୍ରମ କରି ତିଆରି କରିଥିବା ଫିଲ୍ମ ଫ୍ଲପ ହୋଇଯିବ। ଏହାପରେ ରାଜ କପୁରଙ୍କୁ ଶକ୍ତ ଧକ୍କା ଲାଗିଥିଲା। ପରେ କିନ୍ତୁ ଫିଲ୍ମକୁ ବହୁତ ପ୍ରଶଂସା ମିଳିଥିଲା ଓ ହିଟ୍ ମଧ୍ୟ ହୋଇଥିଲା।

{"id":561492,"width":675,"height":457,"sizeSlug":"full","linkDestination":"none"}

ମେରା ନାମ ଜୋକରର ଋଣ ସୁଝିବାକୁ ରାଜ କପୁର ନିଜ ପୁଅ ଋଷି କପୁର ଓ ଡିମ୍ପଲ କପାଡ଼ିଆଙ୍କୁ ନେଇ ଫିଲ୍ମ 'ବବି' ନିର୍ମାଣ କଲେ। ଏହି ଫିଲ୍ମ ଖୁବ ରୋଜଗାର କରିଥିଲା ଓ ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ଫିଲ୍ମ 'ବବି' ନିର୍ମାଣ ପାଇଁ ରାଜ କପୁରଙ୍କ ପାଖରେ ଟଙ୍କା ନଥିଲା। ନିଜ ପତ୍ନୀ କୃଷ୍ଣା ରାଜଙ୍କ ଗହଣା ବନ୍ଧା ପକାଇ ସେ ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମରେ ସେ ବରିଷ୍ଠ କଳାକାର ପ୍ରାଣଙ୍କୁ ନେବାକୁ ବିଚାର କଲେ କିନ୍ତୁ ତାଙ୍କୁ ଦେବା ପାଇଁ ଫି ନଥିଲା। ପ୍ରାଣ ଏକଥା ଜାଣିବା ପରେ ଫି ବାବଦକୁ ଟଙ୍କାଟିଏ ନେଲେ ଓ ଫିଲ୍ମରେ କାମ କରିଥିଲେ.

{"id":561495,"width":634,"height":356,"sizeSlug":"large","linkDestination":"none"}

ମେରା ନାମ ଜୋକର ବହୁତ ଲମ୍ବା ଫିଲ୍ମ ଥିଲା। ୪ ଘଣ୍ଟାର ଏହି ଫିଲ୍ମରେ ଦୁଇଟି ଇଂଟରଭାଲ ଥିଲା। ଭାରତୀୟ ସିନେମା ଇତିହାସରେ ଏହା ସବୁଠାରୁ ଲମ୍ବା ସିନେମା ମଧ୍ୟରୁ ଗୋଟିଏ। ଫିଲ୍ମରେ ଅଭିନେତ୍ରୀ ସିମି ଗରେୱାଲଙ୍କ ଏକ ସିନକୁ ନେଇ ଖୁବ ହଙ୍ଗାମା ହୋଇଥିଲା। ଫିଲ୍ମରେ ସିମି ଗରେୱାଲଙ୍କ ଗାଧୋଇବା ବେଳର ଏକ ନ୍ୟୂଡ ସିନ ଥିଲା। ୭୦ ଦଶକରେ ଏହିଭଳି ସିନ ଦେବା ବହୁତ ବଡ କଥା।

{"id":561484,"width":686,"height":385,"sizeSlug":"full","linkDestination":"none"}

ଏହି ଫିଲ୍ମ ମାଧ୍ୟମରେ ଋଷି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ଋଷି କପୁର ଫିଲ୍ମରେ ରାଜ କପୁରଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରିଥିଲେ। କିଶୋର ଆର୍ଟିଷ୍ଟ ଭାବେ ସିମି ଗରେୱାଲଙ୍କ ସହ ତାଙ୍କର ଏକ ସିନ ଥିଲା ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା।

{"id":561499,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.