Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଓଲଟିଲା ଡଙ୍ଗା: ୫୦ରୁ ଉର୍ଦ୍ଧ୍ୱ ମୃତ, ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

9/10/2021 at 4:28 PM

କିନ୍‌ହାସା, ୦ ୯/୧୦: କଙ୍ଗୋରେ ଏକ ଡଙ୍ଗାବୁଡ଼ି ଯିବାରୁ ୧୦୦ରୁ ଉର୍ଦ୍ଧ୍ୱ ଲୋକ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପାଖାପାଖି ୭୦ ଲୋକ ଏବେବି ନିଖୋଜ ରହିଛନ୍ତି । ଏହି ଦୁର୍ଘଟଣା ନେଇ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପ୍ରାଦେଶିକ କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇ କହିଛନ୍ତି ।

କଙ୍ଗୋ ନଦୀରେ ଏହି ଦୁର୍ଘଟଣା ଘଟିଥିଲା । ସୋମବାର କି ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଶୁକ୍ରବାର ରାତି ପର୍ଯ୍ୟନ୍ତ ୫୧ଟି ମୃତଦେହ ଉଦ୍ଧାର ହୋଇଛି । ପାଖାପାଖି ୭୦ ଜଣ ନିଖୋଜ ରହିଥିବା ଅନୁମାନ କରାଯାଉଛି ବୋଲି ଉତ୍ତର-ପଶ୍ଚିମ ପ୍ରଦେଶ ମୋଙ୍ଗାଲା ପ୍ରଶାସନର ମୁଖପାତ୍ର ନେଷ୍ଟର ମାଗବାଡୋ କହିଛନ୍ତି । ୩୯ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି ।

ବୁଡ଼ିଯାଇଥିବା ବୋଟ୍‌ର ଯାତ୍ରୀ ଧାରଣ କ୍ଷମତାକୁ ଅନୁମାନ କରି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି ।   ଏହି ବୋଟ୍‌ଟି ପ୍ରକୃତରେ ନଅଟି ପାରମ୍ପାରିକ କାଠରେ ନିର୍ମିତ ହୋଇଥିଲା । ଯାହା ପିରୋଗସ୍ ଭାବରେ ଜଣାଶୁଣା ବୋଲି ମାଗବାଡୋ କହିଛନ୍ତି । ଘଟଣା ଦିନ ରାତିରେ ପାଗ ଭଲ ନଥିଲା ଏବଂ ଏଥିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ତେଣୁ ଏପରି ଏକ ଅଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏଥିରେ ସମୁଦାୟ କେତେଜଣ ଯାତ୍ରା କରୁଥିଲେ ଏବଂ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ପ୍ରଶାସନ ସ୍ପଷ୍ଟ କରିନାହିଁ । ତେବେ ଆନୁମାନିକ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

   Related Posts