Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅନନ୍ତ ଗୋପାଳ ଆଶ୍ରମରେ ରାସ ପୂଜା ଉତ୍ସବର ୫୦ ବର୍ଷ ପୂର୍ତ୍ତି, ଗୋଲ୍ଡେନ୍‌ ଜୁବଲୀ ପାଳିତ

3/11/2022 at 10:12 PM

ଚଣ୍ଡିଖୋଲ, ୦୩/୧୧: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅନନ୍ତ ଗୋପାଳ ଆଶ୍ରମରେ ରାସ ପୂଜା ଉତ୍ସବର ୫୦ ବର୍ଷ ଅବସରରେ ଗୋଲ୍ଡେନ୍‌ ଜୁବଲୀ ପାଳନ କରାଯାଇଛି । ଏହି ଅବସରରେ ଗ୍ରାମର ରାଧାକୃଷ୍ଣ ପୂଜାମଣ୍ଡପରେ ପ୍ରଭୁ ରାଧାକୃଷ୍ଣ ଓ ଗୋପୀଙ୍କ ସଙ୍ଗରେ ପୂଜା ପାଉଥିଲା ବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଭକ୍ତମାନେ ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।

ସନ୍ଧ୍ୟା ସମୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ନେଇ ଭାଗବତ କଥା ଆଲୋଚନା ହୋଇଥିଲା । ଏହି ଉତ୍ସବ ୫ ଦିନ ଧରି ଚାଲିଥିବା ବେଳେ ପ୍ରତ୍ୟେକ ଦିନ ଗ୍ରାମବାସୀମାନେ ନିଜ ନିଜର ଘର ଅଗଣାରେ କଳସ ବସାଇ ଅଖଣ୍ଡ ଦୀପ ଜାଳିଥିଲେ ।   

   Related Posts