suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟରେ ୨୪ଘଣ୍ଟାରେ ୫୦ହଜାରରୁ ଅଧିକ କରୋନା ନମୁନା ପରୀକ୍ଷଣ

24/09/2020 at 2:07 PM

ଭୁବନେଶ୍ବର ୨୪।୯: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍‌କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରାଯାଇଛି ।

ତେବେ ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାର ୫୭୦ ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୮,୪୪୫ ଆରଟିପିସିଆର ଟେଷ୍ଟ, ୪୨,୦୨୪ ଆଣ୍ଟିଜେନ୍ ଟେଷ୍ଟ, ୧୦୧ ଟ୍ରୁନଟ୍ ଟେଷ୍ଟ କରାଯାଇଛି। ଆରଏମଆରସିରେ ୧୨୪୨ ଟେଷ୍ଟ, ଆଇଏଲଏସରେ ୭୬୨, ଏସସିବିରେ ୩୧୦୫, ଓ କ୍ୟାପିଟାଲ ହସ୍ପିଟାଲରେ ୧୨୧୭ ଟେଷ୍ଟ କରାଯାଇଛି ।

ସେହିଭଳି କେନ୍ଦ୍ରାପଡାରେ ୫୧୩୬, ଗଞ୍ଜାମରେ ୪୪୬୪, କେନ୍ଦୁଝରରେ ୪୦୩୧, ମୟୁରଭଞ୍ଜରେ ୪୧୪୪, ବାଲେଶ୍ବରରେ ୧୪୩୯, କଟକରେ ୧୩୭୭, ଖୋର୍ଦ୍ଧାରେ ୮୮୬ ଟେଷ୍ଟ କରାଯାଇଛି ।

   Related Posts