୨୦୨୨ରେ ଇରାନରେ ୫୦୦ରୁ ଅଧିକ ଲୋକଙ୍କୁ ଦିଆଯାଇଛି ଫାଶୀ, ଗତ ୫ ବର୍ଷରେ ସର୍ବାଧିକ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: ଇରାନ ୨୦୨୨ରେ ୫୦୦ରୁ ଅଧିକ ଲୋକଙ୍କୁ ପାଶୀ ଦଣ୍ଡ ଦେଇଛି । ମାନବାଧିକାର ସଂଗଠନ ଅନୁସାରେ ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବହୁ ଅଧିକ ରହିଛି । ନରୱେ ସ୍ଥିତ ସଂସ୍ଥା ଇରାନ ହ୍ୟୁମନ ରାଇଟ୍ସ (ଆଇଏଚଆର) କହିଛି ଚଳିତ ବର୍ଷ ଇରାନରେ ଅତି କମରେ ୫୦୪ ଜଣଙ୍କୁ ଫାଶୀ ଦିଆଯାଇଛି । ଏହାସହ ଫାଶୀର ଅତିରିକ୍ତ ମାମଲା ସ୍ପଷ୍ଟ କରିବା ଉପରେ ସଂସ୍ଥା ଏବେ ବି କାମ କରୁଛି ।

ଏହି ପରିସଂଖ୍ୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଅଧିକାରୀ ଶାସନ ବିରୋଧୀ ପ୍ରଦର୍ଶନରେ ସାମିଲ ଲୋକଙ୍କ ବିରୋଧରେ ମୃତ୍ୟୁ ଦଣ୍ଡର ବ୍ୟାପକ ବ୍ୟବାହର କରିବାର ଆଶଙ୍କା ରହିଛି । ରବିବାର ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ପାଇଁ କାମ କରୁଥିବା ଅଭିଯୋଗରେ ଚାରି ଜଣଙ୍କୁ ଇରାନରେ ଫାଶୀ ଦିଆଯାଇଥିଲା । ଇରାନ ସୁପ୍ରିମକୋର୍ଟଙ୍କ ଦଣ୍ଡ ଘୋଷଣାର ଚାରି ଦିନ ପରେ ଫାଶୀ ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଭିଯୋଗଙ୍କୁ ପାଇଁ ଅନ୍ୟ କୌଣସି ଆଇନଗତ ମାର୍ଗ ନଥାଏ ।

ଆଇଏଚଆର ନିର୍ଦ୍ଦେଶକଙ୍କ ଅନୁସାରେ, ଏହି ଲୋକମାନଙ୍କୁ ବିନା କୌଣସି ଉଚିତ୍ ପ୍ରକ୍ରିୟାରେ କୋର୍ଟର ରୁଦ୍ଧ ଦ୍ୱାର ଭିତରେ ନିରକ୍ଷେପ ଶୁଣାଣି ବିନା ମୃତ୍ୟୁ ଦଣ୍ଡ ଦିଆଯାଇଛି । ତାଙ୍କ ଅନୁସାରେ ଏହି ମୃତ୍ୟୁଦଣ୍ଡର ଉଦ୍ଦେଶ୍ୟ ସାମାଜିକ ଭୟ ସୃଷ୍ଟି କରିବା ଏବଂ ଇସଲାମୀ ଗଣତନ୍ତ୍ରର ବିଫଳତା ଉପରୁ ଲୋକଙ୍କ ଧ୍ୟାନ ହଟାଇବା । ଆଇଏଚଆର ଅନୁସାରେ ଚଳିତ ବର୍ଷର ମୃତ୍ୟୁ ଦଣ୍ଡ ସଂଖ୍ୟା ଗତ ୫ ବର୍ଷରେ ସବୁଠୁ ଅଧିକ । ଆଇଏଚଆରର ଡାଟା ଅନୁସାରେ ୨୦୨୧ରେ ଅତି କମରେ ୩୩୩ ଜଣଙ୍କୁ ଫାଶୀ ଦିଆଯାଇଥିଲା, ଯାହା ୨୦୨୦ ମସିହାର ୨୬୭ ତୁଳନାରେ ୨୫ ପ୍ରତିଶତ ଅଧିକ । ତେବେ ରିପୋର୍ଟ ଅନୁସାରେ ଚଳିତ ବର୍ଷ ତିନି ନାବାଳିକା ସହ ୨୬ ଜଣ ଏପରି ଅଭିଯୋଗର ସାମନା କରୁଛନ୍ତି ଯେଉଁମାନଙ୍କୁ ଫାଶୀ ଦଣ୍ଡ ମିଳିପାରେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.