୫୦୦ ଲିଟର ଜିଞ୍ଜର ସହ ପିକଅପ୍ ଭ୍ୟାନ୍‌ ଜବତ, ଦୁଇ ଗିରଫ

Published By : Prameya-News7 Bureau | October 17, 2022 IST

ସୋର, ୧୭/୧୦: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଜାତୀୟ ରାଜପଥ ନିକଟରୁ ବିପୁଳ ପରିମାଣ ଜିଞ୍ଜର ଜବତ ହୋଇଛି । ଏହି ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌ । ଝାଡଖଣ୍ଡରୁ ଜିଞ୍ଜର ବାରମ୍ବାର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । କୌଣସି ସୁତ୍ରରୁ ଚୋରାରେ ପଶ୍ଚିମବଙ୍ଗରୁ ସୋର ଅଭିମୁଖେ ଏହା ଅସୁଥିବା ଖବର ପାଇ ଅବକାରୀ ବିଭାଗ ଶେରଗଡ ଟୁଲ୍ ଗେଟ୍ ନିକଟରେ ଏକ ପିକଅପ୍‌କୁ ସନ୍ଦେହ କରି ଅଟକା ଯାଇଥିଲା । ଏହାକୁ ଯାଞ୍ଚ କରିବା ପରେ ସେଥିରେ ୫୦୦ ବୋତଲ ଜିଞ୍ଜର ଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ । ୫୦୦ ବୋତଲ ଜିଞ୍ଜର୍ ଜବତ କରିବା ସହ ପିକଅପକୁ ବିଭାଗ ଜବତ କରିଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଲେ ସୋର ବାଲିପୁର ଅଞ୍ଚଳର ନିରଞ୍ଜନ ମଲିକ ଓ ସଞ୍ଜୟ ମଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.