ଗୋଲ୍ଡେନ ବାବା : ବାହାର ଦେଶର ବେସରକାରୀ ମେଡିକାଲରେ ପ୍ରାୟ ୫ଶହ କୋଟି ଋଣ ଦେବାକୁ କରିଥିବା ଏଗ୍ରୀମେଣ୍ଟ କପି ଲାଗିଛି କ୍ରାଇମବ୍ରାଞ୍ଚ ହାତରେ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: ଫିଟୁଛି ଗୋଲଡେନ ବାବାର ଗୋଟିଏ ପରେ ଗୋଟିଏ ଗୁମର । ଗୋଲଡେନ ବାବା ଠକେଇରେ କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବାହାର ଦେଶରେ ମଧ୍ୟ କୋଟି କୋଟି ଅର୍ଥ ଲଗାଇବାପାଇଁ କରିଥିଲା ନକଲି ଏଗ୍ରୀମେଣ୍ଟ ।

{"id":73958}

ଚାଲିଛି ଗୋଲଡେନ ବାବାର ତଦନ୍ତ । ଫିଟୁଛି ଗୋଟିଏ ପରେ ଗଟିଏ  ଭିତିରି କଥା । ଗୋଲଡେନ ବାବା ଓରଫ ଜ୍ୟୋତି ରଞନ ଯାହା ଘରୁ ଜବତ ହୋଇଛି ଅନେକ ବ୍ୟାଙ୍କର ଚେକ । ଗୋଲଡେନ ବାବାଠାରୁ ଋଣ ନେବାପାଇଁ ଏହି ଚେକ ଗୁଡିକ ଅଗ୍ରୀମ ଆକାରରେ ଗୋଲଡେନ ବାବା ଲୋକଙ୍କ ଠାରୁ ନିଆଯାଇଥିଲା ।

{"id":73951}

ଦୁବାଇ  , ଡରବାନ , ସିଙ୍ଗାପୁର ଭଳି ବାହାର ଦେଶର ବେସରକାରୀ ମେଡିକାଲରେ ପ୍ରାୟ ୫ଶହ କୋଟି ଋଣ ଦେବାକୁ କରିଥିବା ଏଗ୍ରୀମେଣ୍ଟ କପି ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ସେହିଭଳି  ଶୋଫିଆର ମେଡିକାଲ କନଷ୍ଟ୍ରକସନ ରେ ୨୦୦ କୋଟି , ଇଁଜିନିୟର ଆଣ୍ଡ କୋଲ କମ୍ପାନୀରେ ୩୦୦ କୋଟି, ଭୁବନେଶ୍ବର ଜେ କେ ମେଡିକାଲ ଆଣ୍ଡ କନଷ୍ଟ୍ରକସନ ରେ ୫୦ କୋଟି ଋଣ ଦେବାକୁ କରିଥିବା ଏଗ୍ରୀମେଣ୍ଟ କପି ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

{"id":73953}

ଏପରିକି ଯେଉଁ କମ୍ପାନୀମାନଙ୍କୁ ଋଣ ଦେବାକୁ ଗୋଲଡେନ ବାବା ଏଗ୍ରୀମେଣ୍ଟ କରୁଥିଲା ସେମାନଙ୍କ ନିକଟରୁ ଅଗ୍ରୀମ ଚେକ ଆଣି କମ୍ପାନୀ ମାନଙ୍କୁ ଠକେଇ କରୁଥିଲା । ପୁର୍ବରୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୋଲଡେନ ବାବା ରହୁଥିବା ଘରକୁ ପୁର୍ବରୁ ଖାନତଲାସି କରିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ଏହି ଘର ଭିତରେ ଖାନତଲାସି କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

{"id":73954}

ଜବତ କାଗଜପତ୍ରରେ ନକଲି ଇନକମଟ୍ୟାକ୍ସ କାଗଜ ମଧ୍ୟ ଜବତ ହୋଇଛି ଯେଉଁଥିରେ ଗୋଲଡେନ ବାବା ୩ ହଜାର ୭୭୦ କୋଟିର ରିଟର୍ଣ୍ଣ ଦେଉଥିବା ଦର୍ଶାଯାଇଛି। ଏଥିରେ ଗୋଲଡେନ ବାବା ପ୍ରତି ବର୍ଷ ଇନକମଟ୍ୟାକ୍ସ ବାବଦକୁ ୪କୋଟି ଟଙ୍କା ଭରଣା କରୁଥିବା ନକଲି କାଗଜପତ୍ର ଜବତ କରିଛି କ୍ରାଇମବ୍ରାଞ୍ଚର ଇଓଡବଲୁ। ଏଥିସହିତ ବିଭିନ ଫେକ କମ୍ପାନୀ ନାଁରେ ବହୁ ରବର ଷ୍ଟାମ୍ପ ଜବତ କରାଯାଇ ତଦନ୍ତ ଯାରି ରହିଛି।

{"id":73955}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.