ଅମ୍ବାନୀ ଓ ଆଦାନୀଙ୍କ ସମେତ ଦେଶର ୫୦୦ ବ୍ୟବସାୟୀ ବାଇଡେନଙ୍କ ସହ କରିବେ ଡିନର

Published By : Prameya-News7 Bureau | September 07, 2023 IST

ନୂଆଦିଲ୍ଲୀ  ୭।୯:  ଜି-୨୦ ଗୋଷ୍ଠୀରେ ସାମିଲ ଦେଶର ନେତାମାନଙ୍କ ସହିତ ‘ଭରାତ ମଣ୍ଡପ’ରେ ଦେଶର ପ୍ରମୁଖ ବ୍ୟବସାୟୀମାନେ ଶନିବାର ରାତି ଅର୍ଥାତ ୯ ସେପ୍ଟେମ୍ବର ନୈଶ୍ୟ ଭୋଜ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥି ପାଇଁ ବିଜେନେସ୍ ଟାୟକୁନ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ସମେତ ଦେଶର ପାଖାପାଖି ୫୦୦ ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଛି। ଯେଉଁଥିରେ ଟାଟା ସନ୍ସଙ୍କ ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେଖରନ, ଭାରତୀ ଏୟାରଟେଲ ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ ଆଦି ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି।

{"id":841590,"width":839,"height":465,"sizeSlug":"full","linkDestination":"none"}

ଦେଶରେ ବିଦେଶୀ ନିବେଶ, ପବ୍ଲିକ, ପ୍ରାଇଭେଟ ପାର୍ଟନରସିପ୍ ମଡେଲ (ପିପିପି) ଓ ଦେଶୀ ବିଦେଶୀ କମ୍ପାନୀଙ୍କ ବୁଝାମଣା ସମେତ ଅର୍ଥନୀତିକୁ ଆଖିରେ ରଖି ବ୍ୟବସାୟୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଜି-୨୦ର ଉଦ୍ଦେଶ୍ୟ ଏହି ଗୋଷ୍ଠୀର ସବୁ ଦେଶଙ୍କ ମଧ୍ୟରେ ବ୍ୟବସାୟୀକ ସମ୍ପର୍କକୁ ମଧ୍ୟ ଶିଖରକୁ ନେବା। ଏଥି ପାଇଁ ଦେଶର ଶୀର୍ଷ ବ୍ୟବସାୟୀ ଏହି ଶୃଙ୍ଖଳାର ଗୋଟିଏ ଗୋଟିଏ ଅଂଶ। ଏହାକୁ ନଜରରେ ରଖି ରାତ୍ର ଭୋଜକୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି।

{"id":841591,"width":840,"height":631,"sizeSlug":"full","linkDestination":"none"}

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦେଶର ପାଖାପାଖି ୫୦୦ ବ୍ୟବସାୟୀଙ୍କୁ ୯ ସେପ୍ଚେମ୍ବର ରାତ୍ରିଭୋଜକୁ ନିମନ୍ତ୍ରିତ କରାଯାଇଛି। ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ଜି-୨୦ରେ ବ୍ୟବସାୟୀ ସାମିଲ ହେବା ଏଥି ପାଇଁ ଜରୁରି ଯେ ବ୍ୟବସାୟ ଏକ ଏପରି କ୍ଷେତ୍ର ଯାହାର ଆଧାରଶିଳା ବ୍ୟବସାୟୀମାନେ। ସରକାର ତ ବ୍ୟବସାୟ କରନ୍ତିନି, ତେବେ କେବଳ ଇକୋ ସିଷ୍ଟମ ଯୋଗାଇ ଦେଇଥାନ୍ତି। ୯ ଓ ୧୦ ସେପ୍ଟେମ୍ବର ଜି-୨୦ ସମ୍ମିଳନୀରେ ୨୯ ଦେଶଙ୍କ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ଯୋଗ ଦେବେ। ଏଥିରେ ଭାରତୀୟ ବ୍ୟବସାୟୀଙ୍କ ଲାଗି ଜି-୨୦ ଏକ ସୁଯୋଗ ସୃଷ୍ଟିକରି ପାରେ ବୋଲି ଅନୁମାନ କରାଯାଉଛି।  

G-20ରେ ବିଦେଶୀ ଅତିଥି ନେବେ UPI ନେଣଦେଣର ଅନୁଭବ, ୱାଲେଟ୍‌ରେ ପଇସା ଜମା କରିବେ ସରକାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.