ପୁଣି ବଦଳା ଯାଇପାରେ ନୋଟ ବନ୍ଦୀରେ ବନ୍ଦ ହୋଇଥିବା ୫୦୦ ଓ ୧୦୦୦ ଟଙ୍କା ନୋଟ୍! ସୁପ୍ରିମକୋର୍ଟ ଦେଇ ପାରନ୍ତି ଅନୁମତି!

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ  ୨୬।୧୧: ଦେଶରେ ନୋଟ ବନ୍ଦୀ ଅଧିସୂଚନାକୁ ଚାଲେଞ୍ଜ କରି ଦାଖଲ ପିଟିସନ ଉପରେ ଶୁଣାଣି ଜାରି ରହିଛି। ଜଷ୍ଟିସ୍ ଏସ୍.ଏ.ନଜିରଙ୍କ ଅଧ୍ୟକ୍ଷତାରେ ୫ ସଦସୀୟ ସମ୍ବିଧାନ ପୀଠରେ ଏହି ଶୁଣାଣି ହେଉଛି। ଏଥିରେ ପୀଠ ପୁରୁଣା ନୋଟ୍ ର ପରିବର୍ତ୍ତନ ଲାଗି ଏକ ବ୍ୟବସ୍ଥା କରିବା ଲାଗି ବିଚାର କରିପାରନ୍ତି ବୋଲି ସଂକେତ ଦେଇଛନ୍ତି। ତେବେ କିଛି ବିଶେଷ ମାମଲାରେ ଏପରି ହୋଇପାରେ ବୋଲି ଅନୁମାନ କରାଯାଉଛି।

ଏହି ସବୁ ପିଟିସନରେ ୮ ନଭେମ୍ବର ୨୦୧୬ ଅଧିସୂଚନାକୁ ଅବୈଧ କହି ଚାଲେଞ୍ଜ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ମାମଲା ଉପସ୍ଥାପନ କରୁଥିବା ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣୀ କୋର୍ଟ ଏପରି କୌଣସି ଆଦେଶ ଦେଇପାରିବେନି ବୋଲି କହିଛନ୍ତି। ଦେଶରେ ନୋଟ ବନ୍ଦୀ ପରେ ଟଙ୍କା ବଦଳାଇବା ପାଇଁ ସରକାର ଦୀର୍ଘ ସମୟ ପର୍ଯ୍ୟନ୍ତ ୱିଣ୍ଡୋ ଖୋଲା ରଖିଥିଲେ। ତେବେ ଲୋକେ ଏହାର ଫାଇଦା ଉଠାଇ ନଥିବା ଆଟର୍ଣ୍ଣି ଜେନେରାଲ କହିଛନ୍ତି। ତେବେ କିଛି ବିଶେଷ ମାମଲାରେ ସରକାର ନୋଟ ବଦଳାଇବା ପାଇଁ ବିଚାର କରିପାରନ୍ତି ବୋଲି ଭେଙ୍କଟରମଣୀ କହିଛନ୍ତି।  

{"id":713998,"width":698,"height":393,"sizeSlug":"full","linkDestination":"none"}

ଶୀର୍ଷ ନ୍ୟାୟାଳୟଙ୍କ ଶୁଣାଣି କାଳରେ ଆଟର୍ଣ୍ଣି ଜେନେରାଲ ନୋଟବନ୍ଦୀ ଅଧିସୂଚନା ସପକ୍ଷରେ ତର୍କ ରଖିଥିଲେ। କହିଥିଲେ ଯେ ନକଲି ନୋଟ ସମସ୍ୟା ଓ ଆତଙ୍କବାଦର ଫଣ୍ଡିଙ୍ଗ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଥିଲା। ନୋଟବନ୍ଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଇନ ୧୯୩୪ ଅନୁସାରେ କରାଯାଇଥିଲା ବୋଲି ଆଟର୍ଣ୍ଣି ଜେନେରାଲ କହିଥିଲେ। ଏଥିରେ କୌଣସି ଆଇନଗତ ସମସ୍ୟା ନାହିଁ। ତେବେ ଏପରି ପିଟିସନଙ୍କ ଉପରେ ଶୁଣାଣିର ଏବେ କୌଣସି  ମୂଲ୍ୟ ନଥିବା କହିଥିଲେ।

ତେବେ ପୀଠ ଏଥି ଲାଗି ଏକ ତନ୍ତ୍ର ବନେଇବାକୁ ଆମେ ବିଚାର କରିବୁ ବୋଲି କହିଛନ୍ତି। ଏଥିରେ ବିଶେଷ ସ୍ଥଳରେ ପୁରୁଣା ୫୦୦ ଓ ୧ ହଜାର ଟଙ୍କାର ନୋଟ ବଦଳାଇବା ପାଇଁ ବିକଳ୍ପ ଦେଖିବୁ ବୋଲି କହିଛନ୍ତି। ଆରବିଆଇ ଏହା ୨୦୧୭ର ଆଇନ ଧାରା ୪ (୨)(୩)ରେ ହୋଇପାରିବ ବୋଲି କହିଛନ୍ତି କୋର୍ଟ।ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୫ ତାରିଖରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.