ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସାମାଜିକ ବାସନ୍ଦରୁ ମୁକ୍ତ କରିବାର ପ୍ରଲୋଭନ ଦେଖାଇ ୫୦ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ଦୁଇ ବ୍ୟକ୍ତି

20/11/2019 at 10:40 AM

ବନାସକାଣ୍ଠା ୨୦।୧୧: ଗୁଜୁରାଟ ବନାସକାଣ୍ଠା ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତି ୫୦ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ସାମାଜିକ ବାସନ୍ଦରୁ ରକ୍ଷା କରିବାକୁ ପ୍ରଲୋଭନ ଦେଖାଇ ଏଭଳି ଭାବେ ଫସାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୀଡିତା ମହିଳାଙ୍କ ପୁଅ ଅନ୍ୟ ଜାରିର ଝିଅ ସହ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କ ପରିବାରକୁ ସମାଜରୁ ବାସନ୍ଦ କରାଯାଇଥିଲା । ସେମାନଙ୍କୁ ନିଆଁ ପାଣି ମଧ୍ୟ ବନ୍ଦ କରାଯାଇଥିଲା । ଏହାର ଫାଇଦା ଉଠାଇ ତାଙ୍କ ଗାଁର ଦୁଇ ଜଣ ବ୍ୟକ୍ତି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ବୟ ତାଙ୍କ ପରିବାରକୁ ସାମାଜିକ ବାସନ୍ଦରୁ ମୁକ୍ତି ଦେବା ପାଇଁ କହି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ପୀଡିତା ମହିଳା ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତ ଦୁଇ ଜଣ ମହିଳାଙ୍କ ଜାତିର ବୋଲି ପୋଲିସ ସୂଚନା ଦେଇଛି । ଦୁଇ ଅଭିଯୁକ୍ତଙ୍କ ବୟସ ପ୍ରାୟ ୬୫ବର୍ଷ ହେବ । ଘଟଣା ପରେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି ।

   Related Posts