LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୋବାଇଲ ଫୋନ୍‌କୁ ଏବେ ୫୦ ବର୍ଷ, ଅର୍ଦ୍ଧ ଶତାବ୍ଦୀରେ ହ୍ୟାଣ୍ଡ ସେଟ୍‌ରେ ବିରାଟ ପରିବର୍ତ୍ତନ

25/05/2023 at 11:42 AM

ନୂଆଦିଲ୍ଲୀ ୨୫।୦୫: ମୋବାଇଲ୍ ଫୋନ୍… ଆଜିର ଟେକ୍ନୋଲୋଜୀ ଯୁଗର ଲାଇଫ ଷ୍ଟାଇଲ୍ରେ ଏକ ଅପରିହାର୍ଯ୍ୟ ଉପକରଣ । ସୂଚନାରୁ ନଲେଜ ଆଉ ଏଣ୍ଟରଟେନ୍ମେଣ୍ଟ ସବୁଥିରେ ମୋବାଇଲ ଫୋନ୍ ଜରୁରି ।ମୋବାଇଲ୍ ହ୍ୟାଣ୍ଡସେଟ୍ ନାହିଁ କିମ୍ବା ନେଟୱର୍କ ନାହିଁ ତ  ତମେ ନୁହଁ ଅପଡେଟ୍ ବା ହୋଇପାରିବନି ଅପଡେଟ୍ ।  

  ମୋବାଇଲ୍ ଫୋନ୍ , ଏହା କେବଳ କଥାବାର୍ତ୍ତାର ମାଧ୍ୟମରେ ସୀମିତ ନୁହେଁ ,ଏହାର ବ୍ୟବହାର ଆହୁରି  ବ୍ୟାପକ । ଭିଡିଓ କଲ୍ରୁ ବ୍ୟାଙ୍କ୍ ଟ୍ରାନଜାକ୍ସନ । ଗୋଟିଏ ଯନ୍ତ୍ରରେ ପରିଚୟରୁ ପରିବାର ଆଉ ବୃତ୍ତି ବେଉସା । ସହଜ, ସୁବିଧା । ଆମ ଜୀବନ- ଜୀବିକାର  ପ୍ରାୟ ସବୁ କଥାରେ ମୋବାଇଲ୍ ଫୋନ୍ ଅତି ଦରକାରୀ। କିନ୍ତୁ କେବେଠୁ, କିପରି ଆସିଲା ଏହି ମୋବାଇଲ୍ ଫୋନ୍ ? ଆଉ ଆରମ୍ଭରେ ଥିଲା କିପରି , ଏବେ କେତେ ନୂଆ ରୂପ ,  କେଉଁଭଳି ଭାବେ ଏହା ମଣିଷର ଜୀବନ ସହ ଏପରି ଜଡିଗଲା ? 

ଅର୍ଦ୍ଧ ଶତାବ୍ଦୀର ଯାତ୍ରା । ହଁ  ଆଜିର ଏହି ମୋବାଇଲ ଫୋନ୍କୁ ଏବେ ୫୦ ବର୍ଷ ପୂରିଲାଣି ।  ୧୯୭୩ ଏପ୍ରିଲ ୩ ତାରିଖରେ ମୋବାଇଲ୍ ଫୋନ୍ ବା ସେଲ୍ ଫୋନ୍ର ଜନ୍ମ । ଅର୍ଥାତ୍ ଉଦ୍ଭାବନ । ମୋଟୋରୋଲା କମ୍ପାନୀରେ ସେତେବେଳେ   ଚାକିରି କରୁଥିବା ମାର୍ଟିନ୍ କୁପର୍ ଙ୍କୁ ମୋବାଇଲ୍ ଫୋନ୍ର ଜନ୍ମଦାତା କୁହାଯାଏ। ସେ ତାଙ୍କ ତିଆରି ମୋବାଇଲ୍ ଫୋନ୍ରୁ ପ୍ରଥମେ ତାଙ୍କ ବନ୍ଧୁ ଜୋଏଲ୍ ଏଞ୍ଜେଲଙ୍କୁ କରିଥିଲେ କଲ୍ ।  ତାଙ୍କର ପ୍ରଥମ ଦୁଇ ଧାଡି କଥା ଥିଲା… ‘ଜୋଏଲ୍, ମୁଁ ମାର୍ଟି କହୁଛି । ମୁଁ, ତୁମକୁ ସେଲ୍ ଫୋନ୍ରୁ କଲ୍ କରିଛି । ଏହା ପ୍ରକୃତରେ ଏକ ପୋର୍ଟେବୁଲ୍ ସେଲ୍ ଫୋନ୍’। ଏହି ଫୋନ୍ କଲ୍ରେ ସ୍ତବ୍ଧ ହୋଇ ଯାଇଥିଲେ ଜୋଏଲ୍ ।

ତେବେ ମାର୍କେଟ୍କୁ ଆସିବାକୁ ମୋଟରଲା ସେଲ୍ ଫୋନ୍କୁ ଲାଗି ଯାଇଥିଲା ୧୦ ବର୍ଷ । ୧୯୮୩ରେ ଏହା ପ୍ରଥମେ ଆମେରିକା ମାର୍କେଟ ଆସିଥିଲା ।କିନ୍ତୁ ତାହାର ଆକାର ଥିଲା ବହୁତ ବଡ । ଏକ ଇଟା ଖଣ୍ଡ ଭଳି ।  ସେହି  ସେଲ୍ ଫୋନ୍ର ମୋଟେଇ ଥିଲା  ୧୩  ସେଣ୍ଟିମିଟର ଆଉ ଚଉଡା  ୪.୪୫  ସେଣ୍ଟିମିଟର । ସେହି ମୋବାଇଲ  ଫୋନ୍ରେ ମାତ୍ର ୨୫ ମିନିଟ୍ କଥାବାର୍ତ୍ତା ହେବାକୁ  ବ୍ୟାଟେରୀକୁ ୧୦ ଘଣ୍ଟା ଚାର୍ଜ କରିବାକୁ ପଡୁଥିଲା । ଓଜନ  ଏତେ ଥିଲା ଯେ, ତାହାକୁ ୨୫ ମିନିଟ୍ ହାତରେ ଧରି କଥା ହେବା କଷ୍ଟକର । ଆଉ ସେତେବେଳେ ତାହାର ଦାମ୍ ଥିଲା ୩, ୯୯୫ ଆମେରିକୀୟ ଡଲାର୍ ।

 ସମୟ ଆଗକୁ ଚାଲିଲା, ବଦଳିଲା ସେଲ୍ ଫୋନ୍ ଫିଚର । ୩ ଡିସେମ୍ବର ୧୯୯୨ରେ ଭୋଡାଫୋନରେ କାମ କରୁଥିବା ରିଚାର୍ଡ ଜାରଭିସଙ୍କୁ ପ୍ରଥମ ମେସେଜ ମିଳିଥିଲା … ମେରି କ୍ରିସମସ୍ ଓ୍ବିସ୍  ।  ନୋକିଆ କମ୍ପାନୀ ମୋବାଇଲ ଫୋନର ପରିସର ବଢାଇବା ପାଇଁ ଆରମ୍ଭ କରିଥିଲା ଅଭିନବ ପ୍ରୟାସ । ୧୯୯୭ରେ ନୋକିଆ ୬୧୧୦ ମୋବାଇଲ ଲଞ୍ଚ କରିଥିଲା । ଯେଉଁଥିରେ ସ୍ନେକ୍ ଗେମ୍ସ ରହିଥିଲା । ଯାହାକି ଖୁବ୍ ଲୋକପ୍ରିୟ ହୋଇଥିଲା ।  ଦୁଇ ବର୍ଷ ପରେ ଆସିଥିଲା ନୋକିଆ ୭୧୧୦ ମଡେଲ୍ । ଏହା ପ୍ରଥମ କରି ବେତାର ନେଟୱାର୍କ ମାଧ୍ୟମରେ ବ୍ରାଉଜିଂ ପ୍ରଦାନ କରୁଥିଲା ।

୨୦୦୧ରେ ଜାପାନ ପ୍ରଥମ ଦେଶ ଭାବରେ 3G ମୋବାଇଲ୍ ନେଟୱାର୍କ  ସୁବିଧା ଉପଲବ୍ଦ କରାଇଥିଲା । ତାହାହିଁ  ଲୋକଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ର  ସୁବିଧା ଦେଖାଇଥିଲା । କେବଳ ଏତିକି ନୁହେଁ, ୧୯୯୯ରେ Kyocera VP 210 ଫୋନ୍ ଲଞ୍ଚ କରାଯାଇଥିଲା ଯାହା ଭିଡିଓ କଲିଂ ବୈଶିଷ୍ଟ ସହିତ ଆସିଥିଲା ଏବଂ ଗୋଟିଏ ବର୍ଷ ପରେ ଲଞ୍ଚ କରିଥିବା Sharp SH04 ଫୋନ୍ ରେ ଥିଲା ବ୍ୟାକ୍ କ୍ୟାମେରା । ତେବେ ସେଲ୍ ଫୋନ୍ ବାଦଶାହ  ଆଇଫୋନ୍  ୨୦୦୭ରେ   କରିଥିଲା ବଜାର ପ୍ରବେଶ । ୨୦୦୯ରେ ଆସିଥିଲା ହ୍ବାଟସପ୍, ଯାହାକି ସେଲ୍ ଫୋନ୍ ର ଲୋକ ପ୍ରିୟତାକୁ ରକେଟ୍ ସ୍ପିଡ୍ ଦେଇଥିଲା । ଆଉ ୨୦୧୨ରେ ଅଧିକ ଲୋକପ୍ରିୟ ହୋଇଥିଲା SMS । ୫ ଏପ୍ରିଲ ୨୦୧୯ରେ 5G ଲଞ୍ଚ କଲା ଦକ୍ଷିଣ କୋରିଆ ।  ଏବେ ଫାଇଭ୍ ଜି ମୋବାଇଲ୍ ଫୋନ୍କୁ ଆହୁରି କରିଛି ଆକର୍ଷଣୀୟ । 

ରୂପାନ୍ତରିତ ଏବଂ ବିକଶିତ ଯାତ୍ରା ସହ ୫୦ ଅତିକ୍ରମ କରିଛି ସେଲ୍ ଫୋନ୍ । ଅନେକ ନିର୍ମାତା କମ୍ପାନୀ, ଅନେକ ଅପରେଟର । ଷ୍ଟାଇଲ୍ ଫିଚର ପ୍ରତିଯୋଗୀତାରେ ଦିନୁ ଦିନୁ ଆହୁରି କ୍ୟୁଟ୍ ଆଉ ଆଫର୍ଡେବଲ୍ । ମଣିଷକୁ ପୁରା ଅପଡେଟ୍ ରଖିବାର ସବୁ ଭରସା । ତେବେ ସେଲ୍ ଫୋନ୍ର ସବୁଠୁ ବଡ଼ ବଳ ଇଣ୍ଟରନେଟ୍ । ତେବେ ଏପରି ଜରୁରୀ ଆବଶ୍ୟକତା ଭିତରେ ବି ମୋବାଇଲ୍ ଫୋନ୍ର ବହୁଳ ବ୍ୟବହାର ମଣିଷର ଅନେକ କ୍ଷତି କରୁଛି ।ସ୍ବାସ୍ଥ୍ୟ ବିଶେଷଜ୍ଞ , ବୈଜ୍ଞାନିକ  ସତର୍କ କରିଚାଲିଛନ୍ତି ବାରମ୍ବାର । ମୋବାଇଲ୍ ଫୋନରେ ମାନିଆ ଯେମିତି,  ଆବଶ୍ୟକତାର ସୀମା ଭିତରେ ସବୁ କିଛି ଠିକ୍ ସେମିତି ।

   Related Posts