ଋଷ-ୟୁକ୍ରେନ୍‌ ଯୁଦ୍ଧ : ୫୦ ବର୍ଷରୁ କମ୍‌ ବୟସ ଲୋକଙ୍କୁ ଖୋଜି ଖୋଜି ଗୁଳି କର… ବୁଚାରେ ଋଷି କମାଣ୍ଡର ଦେଲେ ନରସଂହାର ଆଦେଶ

Published By : Prameya-News7 Bureau | April 07, 2022 IST

ନୂଆଦିଲ୍ଳୀ ୦୭।୦୪ : ୟୁକ୍ରେନର ବୁଚାଠାରେ ହୋଇଥିବା ନରସଂହାର ହତ୍ୟାର ପ୍ରକୃତ ଅପରାଧୀ ଋଷର ସାମରିକ କମାଣ୍ଡର ଅଜାତ୍ବକ୍ ଓମୁରବେକୋଭ। ଯିଏ ଋଷର ସୈନିକମାନଙ୍କୁ ଆଦେଶ ଦିଆଯାଇଥିଲା କି ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ ଖୋଜି ହତ୍ୟା କରିବା ସହ ମହିଳାମାନଙ୍କୁ ବଳାତ୍କାର କରିବା ପାଇଁ କୁହାଯାଇଥିଲା। ବର୍ତ୍ତମାନ ଏହା ଖବରକୁ ବ୍ରିଟିଶ ଗଣମାଧ୍ୟମ ଦ୍ୱାରା ଦାବି କରାଯାଇ କୁହାଯାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପରେଟ୍‌ ମୋଟରାଇଜଡ୍ ରାଇଫଲ୍ ବ୍ରିଗେଡ୍ର କମାଣ୍ଡର ଅଜାତ୍ବେକ୍‌ ଓମୁରବେକୋଭ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶବକୁ କବର ଦେବା ପାଇଁ ନିଜ ସମ୍ପର୍କୀୟଙ୍କୁ ମାତ୍ର କୋଡିଏ ମିନିଟ୍ ସମୟ ଦେଇଥିଲେ। କୁହାଯାଉଛି କି ଏହି ସାମରିକ କମାଣ୍ଡର ଇଶ୍ବରଙ୍କ ଉପରେ ବିଶ୍ୱାସ ରଖନ୍ତି ଏବଂ ଯୁଦ୍ଧ ପୂର୍ବରୁ ସେ ଚର୍ଚ୍ଚର ପାଦ୍‌ରୀ ଠାରୁ ଆଶୀର୍ବାଦ ନେଇଥିଲେ।

ଟାଟୁ ଖୋଜି ଖୋଜି ଗୁଳି ଚଳାଉଛନ୍ତି-

ବୁଚାରେ ଶବର ଯାଞ୍ଚ କରୁଥିବା ଅଧିକାରି ଗୁଡିକ ଋଷର ଆକ୍ରମଣରୁ ବଞ୍ଚିଥିବା ବ୍ୟକ୍ତିମାନେ କହିଛନ୍ତି ଯେ ଋଷର ସୈନିକମାନେ ସାଧାରଣ ନାଗରିକଙ୍କୁ ଏଠାକୁ ଆଣିବା ପରେ ସେମାନଙ୍କର ଡକ୍ୟୁମେଣ୍ଟ ତଥା ଦସ୍ତାବିଜ୍‌ ମାଗିଛନ୍ତି। ଏହା ସହ ସେ ଅନୁଭବ କରୁଥିଲେ ଯେ ସେଠାରେ ତାଙ୍କ ପ୍ରତି ବିପଦ ଅଛି, କାରଣ ସେମାନେ ସାଧାରଣ ନାଗରିକଙ୍କୁ ଗୁଳି କରି ମାରୁଥିଲେ। ଏହା ବ୍ୟତୀତ ବହୁ ୟୁକ୍ରେନ ଆର୍ମିଙ୍କ ଟାଟୁ ଥିବା ନାଗରିକଙ୍କୁ ଖୋଜିବା ସହ ଜୋରଜବଦସ୍ତ କରି ପୋଷାକ ଖୋଲା ଯାଉଥିଲା ଏବଂ ମହିଳାମାନଙ୍କ ସହ ବଳାତ୍କାର କରାଯାଉଥିଲା

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେଉଁ ଋଷି କମାଣ୍ଡରକୁ ନରସଂହାର ପାଇଁ ଦାୟୀ କରାଯାଉଛି ସେ ୨୦୧୪ ମସିହାରେ ଋଷର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଦିମିତ୍ରୀ ବୁଲଗାକୋଭଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମରିକ ପଦକ ତଥା ମିଲିଟ୍ରି ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା। ଆନ୍ତରାଷ୍ଟ୍ରୀୟ ନିୟମ ଅନୁଯାୟୀ, ସେନା କମାଣ୍ଡର ତାଙ୍କ ସୈନିକମାନଙ୍କ ଦ୍ୱାରା କରାଯାଇଥିବା ଯେକୌଣସି ଯୁଦ୍ଧ ଅପରାଧ ପାଇଁ ଦାୟୀ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.